10 ବର୍ଷରେ ରଦିମାଲରୁ 35 ହଜାର କୋଟି ଆୟ କରିଛି ଭାରତୀୟ ରେଳବାଇ
Khabar Odisha:National-news-Indian-Railway-Earned-35000-Crore-Through-Selling-Scraps
ନୂଆଦିଲ୍ଲୀ,ଅକ୍ଟୋବର ୧୦ (ଖବର ଓଡ଼ିଶା):

ଭାରତୀୟ ରେଳବାଇ ରଦିମାଲ ବିକି ନିଜ ରାଜକୋଷରେ ଏକ ବଡ ଧରଣର ଧନ ରାଶି ଏକାଠି କରିଛି । ଏକ ଆରଟିଆଇର ଆବେଦନ ଉପରେ ରେଲୱେର ଜବାବନ ଅନୁସାରେ, ବିଭାଗ ଗତ 10 ବର୍ଷ ମଧ୍ୟରେ ରଦିମାଲରୁ 35,073 କୋଟି ଟଙ୍କା ଆୟ କରିଛି । ମନ୍ତ୍ରାଳୟ ପକ୍ଷରୁ ଗତ ବର୍ଷ 10 ମଧ୍ୟ ବିକ୍ରି କରାଯାଇଥିବା ସ୍କ୍ରେପକୁ ନେଇ ଯେଉଁ ତଥ୍ୟ ଜାରି କରାଯାଇଛି, ସେଥିରୁ ଜଣା ପଡୁଛି ଯେ ବର୍ଷ 2009-10ରୁ 2018-19 ସମୟ ମଧ୍ୟ ବିଭିନ୍ନ ପ୍ରକାର ରଦିମାଲ ବିକି 35,073 କୋଟି ଟଙ୍କା ଆୟ କରାଯାଇଛି । ଏଥିରେ କୋଚ, ୱେଗନ୍ସ ଏବଂ ଟ୍ରାକର ରଦିମାଲ ରହିଛି । 

ଗତ 10 ମଧ୍ୟରେ ସବୁଠାରୁ ଅଧିକ 4,409 କୋଟି ଟଙ୍କାର ରଦିମାଲ ବର୍ଷ 2011-12 ମସିହାରେ ବିକ୍ରି କରାଯାଇଥିଲା । ସେହିପରି ସବୁଠାରୁ କମ ଟଙ୍କାର ରଦିମାଲ 2016-17ରେ 2,718 କୋଟି ଟଙ୍କାର ବିକ୍ରି କରାଯାଇଥିଲା ।

ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ବିକ୍ରି ହୋଇଥିବା ରଦି ମାଲରେ ସବୁଠାରୁ ଅଧିକ ଅଂଶ ରେଳ ଟ୍ରାକର  । ବର୍ଷ 2009-10ରୁ 2013-14 ମଧ୍ୟରେ 6,885 କୋଟି ଟଙ୍କାର ରଦିମାଲ ବିକ୍ରି କରାଯାଇଥିଲା, ସେହିପରି 2015-16ରୁ 2018-19 ସମୟ ମଧ୍ୟରେ 5,053 କୋଟି ଟଙ୍କାର ରଦିମାଲ ବିକ୍ରି କରାଯାଇଥିଲା । 10 ବର୍ଷରେ ରେଲ ଟ୍ରାକର ରଦିମାଲ ବ୍ରିକ୍ରି କରି 11,938 କୋଟି ଟଙ୍କା ଆୟ କରିଛି ବିଭାଗ । 

Subscribe

National International State Sports Entertainment