ବସ ଚାଳକଙ୍କ ଆତ୍ମଦାହ ମାମଲାରେ ମୁଖ୍ୟମନ୍ତ୍ରୀ ବିରୋଧରେ ମାମଲା ରୁଜୁ
Khabar Odisha:National-news---A-Complaint-Lodged-Against-Telangana-CM-KC-Rao-On-Charges-Of-Abatement-Of-Suicide-Of-TSRTC-Driver
ନୂଆଦିଲ୍ଲୀ,ଅକ୍ଟୋବର ୧୫(ଖବର ଓଡ଼ିଶା):

ତେଲଙ୍ଗାନାରେ ରାଜ୍ୟ ପରିବହନ ନିଗମ କର୍ମଚାରୀଙ୍କ ଦ୍ୱାରା ଅକ୍ଟୋବର ପାଞ୍ଚ ତାରିଖରୁ ଜାରି ରହିଥିବା ଧାରଣା ମଧ୍ୟରେ ଶନିବାର ଦିନ ଜଣେ ବସ ଚାଳକଙ୍କ ଦ୍ୱାରା ଆତ୍ମଦାହ କରିବା ପରେ ମୃତ୍ୟୁ ହୋଇଥିଲା ମାମଲାରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ପରିବହନ ମନ୍ତ୍ରୀ ପି.ଅଜୟ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇନଜୀବୀ କେ. ଅରୁଣ ସାଗର ମଙ୍ଗଳବାର ଦିନ ଏହି ଅଭିଯୋଗ ରୁଜୁ କରିଛନ୍ତି ।

ଶନିବାର ଦିନ ବସ ଚାଳକ ଆତ୍ମଦାହ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ସରକାରଙ୍କୁ ଧାରଣରେ ଥିବା କର୍ମଚାରୀମାନଙ୍କ ଅସନ୍ତୋଷର ଶିକାର ହେବାକୁ ପଡିଥିଲା ।  ବସ ଚାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ କାରଣରୁ ସେ ମାନସିକ ଚାପରେ ଥିଲେ । ପରିବହନ ନିଗମ କର୍ମୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ଏବଂ ସଂଘର ଦାବିକୁ ନମାନିବା କାରଣରୁ ଡ୍ରାଇଭର ଜଣଙ୍କ ଚାପରେ ରହୁଥିଲେ, ଏହି ଚାପର ବସବର୍ତ୍ତି ହୋଇ ସେ ଆତ୍ମଦାହ ପରି ବଡ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । 

ଉଲ୍ଲେଖଯୋଗ୍ୟ ଯେ ଟିଏସଆରଟିସିର 48 ହଜାର କର୍ମଚାରୀ ଏବଂ ଶ୍ରମିକ ସଂଗଠନର ସଦସ୍ୟ ଅକ୍ଟୋବର 5 ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇଥିଲେ । ଏହାପରେ ରାଜ୍ୟ ସରକାର କର୍ମଚାରୀଙ୍କୁ ବହିଷ୍କାର କରିଥିଲେ । ସଂଯୁକ୍ତ କାର୍ଯ୍ୟସମିତିର ଆହ୍ୱାନରେ ଧର୍ମଘଟକୁ ଓହ୍ଲାଇଥିବା କର୍ମଚାରୀ ରାଜ୍ୟ ସରକାରଙ୍କ ଆଗରେ 26ଟି ଦାବି ରଖିଥିଲେ । ଏଥିରେ ମୁଖ୍ୟ ଦାବି ଥିଲା ପରିବହନ ନିଗମକୁ ସରକାରରେ ସାମିଲ କରିବା, ଫଳରେ 48 ହଜାର କର୍ମଚାରୀଙ୍କୁ ସରକାରୀ ଚାକିରିର ମାନ୍ୟତା ମିଳି ପାରିବ । 

Subscribe

National International State Sports Entertainment