ସୁପ୍ରିମକୋର୍ଟରେ ଶପଥ ନେଲେ ୪ଜଣ ନୂଆ ବିଚାରପତି
Khabar Odisha:National-The-four-new-judges-who-took-oath-as-Supreme-Court-judges
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩(ଖବର ଓଡ଼ିଶା) :

ସୁପ୍ରିମକୋର୍ଟରେ ଆଜି ୪ଜଣ ନୂଆ ବିଚାରପତି ଶପଥ ଗହଣ କରିଛନ୍ତି । ପୂର୍ବରୁ ୪ଟି ହାଇକୋର୍ଟରେ କାର୍ଯ୍ୟ କରୁଥିବା ବିଚାରପତି ସୁପ୍ରିମକୋର୍ଟରେ ଯୋଗ ଦେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସୁପ୍ରିମକୋର୍ଟରେ ୪ଜଣ ନୂଆ ବିଚାରପତି ଶପଥ ନେଇଛନ୍ତିି । ୪ଟି ରାଜ୍ୟର ହାଇକୋର୍ଟ ବିଚାରପତି ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି କ୍ରିଷ୍ଣା ମୁାରାରୀ , ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ରବୀନ୍ଦ୍ର ଭଟ୍ଟ , ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟମ ଏବଂ କେରଳ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ହୃଷିକେଶ ରାୟ ଶପଥ ନେଇଛନ୍ତି । ୪ଜଣଙ୍କ ଯୋଗଦାନ ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି ।

  • Tags:

Subscribe

National International State Sports Entertainment