କରୋନା: ଆୟୁଷ୍ମାନ ଯୋଜନାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଦେଲା ଏମତି ବୟାନ
Khabar Odisha:Nation-World-Health-Organization-covid-19-an-–opportunity-for-India-to-speed-up-Ayushman-Bharat

ନୂଆଦିଲ୍ଲୀ, ଜୁନ ୦୭ (ଖବର ଓଡ଼ିଶା): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ଆୟୁଷ୍ମାନ ଯୋଜନାକୁ ବହୁ ପ୍ରଶଂସା କରିଛି । ଏହି ଯୋଜନାକୁ ସଫଳ ରୂପାୟନ ଦେଇ ଦେଶ କୋଭିଡ-୧୯ର ସଫଳ ମୁକାବିଲା କରାଯାଇ ପାରିବ ବୋଲି ସଂସ୍ଥା କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଭାରତର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଭାରତରେ ସଂକ୍ରମଣ ବହୁତ ତୀବ୍ର ଗତିରେ ବ୍ୟାପୁଛି । ଏଥି ପାଇଁ ସତର୍କ ରହିବାର ଆବଶ୍ୟକତା ଅଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର ଏକ ରିପୋର୍ଟ ରିଲିଜ କରି କହିଛି, ଭାରତରେ କରୋନା ଭାଇରସ ସଂକ୍ରମଣ ତିନି ସପ୍ତାହ ମଧ୍ୟରେ ଦୁଇ ଗୁଣ ହୋଇଛି । ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଭାରତ ନୁହେଁ, ବରଂ ବାଂଲାଦେଶ, ପାକିସ୍ତାନ ଓ ଦକ୍ଷିଣ ଏସିଆର ଲୋକବହୁଳ ଦେଶଗୁଡ଼ିକରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କିନ୍ତୁ ଏଯାଏଁ ଦକ୍ଷିଣ ଏସିୟୀ ଦେଶଗୁଡ଼ିକରେ ବିସ୍ଫୋରକ ସ୍ଥିତି ଆସିନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଗୋଷ୍ଠୀ ସଂକ୍ରମଣ ହେଲେ ଏହା ତୀବ୍ର ଗତିରେ ବ୍ୟାପିବା ଆଶଙ୍କା କରାଯାଉଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଭାରତରେ ଲକଡାଉନ କୋହଳ କରିଦିଆଯିବା ପରେ ପୁଣି ଥରେ ରାସ୍ତାରେ ଯାନବାହାନ ଚଳପ୍ରଚଳ କରିଛି । ସେହିଭଳି ସାମାଜିକ ଦୂରତା ରକ୍ଷା କରି ଦୋକାନ ବଜାର ଖୋଲିଛି । ଧୀରେ ଧୀରେ ଲକଡାଉନରେ କୋହଳ କରାଯାଇଛି । ଫଳରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରବାସୀମାନଙ୍କ ଘର ବାହୁଡା, ସହରାଞ୍ଚଳରେ ଲୋକଙ୍କର ଭିଡ ହେବା ମଧ୍ୟ ସଂକ୍ରମଣ ବଢ଼ିବାର ଅନ୍ୟ ଏକ କାରଣ ହୋଇପାରେ । 

 

  • Tags:

Subscribe

National International State Sports Entertainment