ଚାକିରି ଛାଡ଼ି ଚାଷ କାମ କଲେ ବାରାଣସୀର ୩ ଯୁବକ, ବଦଳାଇ ଦେଲେ ଭାଗ୍ୟ
Khabar Odisha:Nation-Three-friends-quit-jobs-and-started-farming-earning-profits-in-Varanasi-of-Uttar-Pradesh

ବାରାଣସୀ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): କରୋନା ସଂକଟ କାଳରେ ଆଜିର ଯୁବପୀଢ଼ି ନିଜର ଭବିଷ୍ୟତ ଓ ଚାକିରି ବଂଚାଇବା ଲାଗି ଉଦ୍ୟମ କରୁଥିବା ବେଳେ ଉତ୍ତର ପ୍ରଦେଶର ବାରାଣସୀର ୩ ଜଣ ଯୁବକ ଚାକିରି ଛାଡ଼ି ଚାଷ କାମକୁ ଆଦରି ନେଇଛନ୍ତି । ଏହି ୩ ଜଣ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରା କରିବାରେ ଲାଗିପଡ଼ିଛନ୍ତି । 

ବାରାଣସୀର ଚିଇଗାଁ ବ୍ଲକ ଅନ୍ତର୍ଗତ ଚୌବପୁର ଅଂଚଳରେ ଥିବା ନାରାୟଣପୁର ଆଜିକାଲି ଚର୍ଚ୍ଚାକୁ ଆସିଛି । ଗାଁର ୩ ଜଣ ଯୁବକ ନୂତନ ଯୁଗର ଚାଷ ଶିଖାଉଛନ୍ତି । ଶ୍ୱେତାଙ୍କ, ରୋହିତ ଓ ଅମିତ ଗାଁ ଠାରୁ ଅଳ୍ପ ଦୂରରେ ଥିବା ଏକ ସ୍ଥାନରେ ଛୋଟ ପୋଖରୀ କରିଛନ୍ତି । ପୋଖରୀରେ ଶାମୁକା ପାଳନ କରିଥିବା ବେଳେ, ମହୁମାଛି ଓ ଛେଳି ମଧ୍ୟ ପାଳନ କରିଛନ୍ତି । 

ଚାଷ କାମ ନେଇ ଶ୍ୱେତାଙ୍କ ଗଣମାଧ୍ୟମକୁ କହିଛନ୍ତି, ମୋତି ଚାଷ ପାରଂପରିକ ଚାଷ ଠାରୁ ଅଲଗା । ଏମଏ-ବିଏଡ ହେବା ପରେ ବି ଶ୍ୱେତାଙ୍କ ମୋତି ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେଥିଲାଗି ସେ ଇଣ୍ଟରନେଟରୁ ସମସ୍ତ ତଥ୍ୟ ହାସଲ କରିଛନ୍ତି । ଏଥିପାଇଁ ସେ ତାଲିମ ମଧ୍ୟ ନେଇଛନ୍ତି । ସେ କହିଛନ୍ତି ଶାମୁକାରୁ ମୁକ୍ତା ବାହାର କରିବାରେ ତାଙ୍କୁ ୩ ଗୁଣ ଲାଭ ହେଉଛି । 

ମହୁମାଛି ପାଳନ କରିଥିବା ମୋହିତ ଆନନ୍ଦ ପାଠକ କହିଛନ୍ତି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ପରେ ସେ ପାରଂପରିକ ଚାଷକୁ ଛାଡ଼ି ଅନ୍ୟ ଚାଷ କରିବାକୁ ମନ କରିଥିଲେ । ଦିଲ୍ଲୀ ଗାନ୍ଧୀ ଦର୍ଶନରୁ ତାଲିମ ନେଇ ମହୁଚାଷ କରୁଛନ୍ତି । ଏବେ ସେ ଭଲ ରୋଜଗାର କରିବା ସହିତ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେଇପାରୁଛନ୍ତି । 

ଆନନ୍ଦ ପାଠକ ଏକ କୃଷି କଂମାନୀରେ କାର୍ଯ୍ୟରତ ଥିଲେ । କରୋନା ସଂକଟ କାଳରେ ଚାକିରି ଛାଡ଼ି ବାରାଣସୀ ଆସିଛନ୍ତି । ତିନି ସାଙ୍ଗ ଚାଷ କରି ଭଲ ରୋଜଗାର କରୁଥିବା ବେଳେ ବର୍ଷକ ମଧ୍ୟରେ ସେମାନେ ୨୦୦ ଯୁବକଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ରଖିଛନ୍ତି । 

 

  • Tags:

Subscribe

National International State Sports Entertainment