ସର୍ଭେ କହିଲା ଦେଶର ‘ମନ’ କଥା: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପସନ୍ଦ, ଆଜି ନିର୍ବାଚନ ହେଲେ ସହଜରେ ବହୁମତ ପାଇବ ବିଜେପି
Khabar Odisha:Nation-Survey-if-Loksabha-election-held-today-Narendra-Modi-led-NDA-would-win-with-full-majority

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): କଂଗ୍ରେସ ଯାହା ବି କହୁ ପଛେ, କରୋନା ସଂକଟ ସମୟରେ ବହୁ ବାଧାବିଘ୍ନ ଆସିଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତାରେ କୌଣସି ପ୍ରଭାବ ପଡ଼ିନାହିଁ । ଦେଶର ଜନତା ଆଜିବି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ଭଲ ପାଆନ୍ତି । ଯଦି ଆଜିର ଦିନରେ ଲୋକସଭା ନିର୍ବାଚନ ହେବ, ତାହେଲେ ବିଜେପିକୁ ସହଜରେ ବହୁମତ ମିଳିଯିବ । ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟସ୍‌ର ମୁଡ ଅଫ ନ୍ୟାଶନ ସର୍ଭେ ଅନୁସାରେ ଅଧିକାଂଶ ଲୋକ କରୋନା ମହାମାରୀ ସମ୍ଭାଳିବା ସରକାରୀ ପ୍ରୟାସରେ ଖୁସି ଅଛନ୍ତି ଏବଂ ଯଦି ଏବେ ଲୋକସଭା ନିର୍ବାଚନ କରାଯାଏ, ତାହେଲେ ବିଜେପି ସେମାନଙ୍କର ପ୍ରଥମ ପସନ୍ଦ ହେବ । 

ଏହି ସର୍ଭେକ୍ଷଣ ଜାନୁଆରୀ ୩ ତାରିଖ ଠାରୁ ୧୩ ତାରିଖ ଯାଏଁ ୧୯ଟି ରାଜ୍ୟରେ କରାଯାଇଥିଲା । ଏଥିରେ ମୋଟ ୧୨ ହଜାର ୨୩୨ ଇଣ୍ଟରଭ୍ୟୁ କଣ୍ଟେଣ୍ଟ କରାଯାଇଥିଲା । ସର୍ଭେରୁ ଜଣାଯାଇଥିଲା ଯେ, ୭୩ ପ୍ରତିଶତ ଜନତା କରୋନା ସଂକଟରୁ ମୁକୁଳିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ସନ୍ତୁଷ୍ଟ । ସେମାନଙ୍କର ଅନୁସାରେ ମୋଦୀଙ୍କ ପ୍ରଭାବଶାଳୀ ନୀତି ଓ ନିଷ୍ପତ୍ତି ଯେଗୁଁ ଭାରତକୁ ଅନ୍ୟ ଦେଶ ତୁଳନାରେ କମ କ୍ଷତି ହୋଇଛି । ସର୍ଭେ ଅନୁସାରେ ୬୪ ପ୍ରତିଶତ ଲୋକ ଏନଡିଏ ସରକାରଙ୍କ ଏପର୍ଯ୍ୟନ୍ତ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି । 

ଯଦି ଲୋକସଭା ନିର୍ବାଚନ ହୁଏ, ତାହେଲେ ୫୪୩ ଆସନରୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏନଡିଏକୁ ୪୩ ପ୍ରତିଶତ ଭୋଟ ସହିତ ୩୨୧ଟି ଆସନ ମିଳିପାରିବ । କେବଳ ବିଜେପିକୁ ୩୭ ପ୍ରତିଶତ ସହ ୨୯୧ଟି ଆସନ ମିଳିବାର ସମ୍ଭାବନା ଅଛି । ୟୁପିଏର ସ୍ଥିତ ବଦଳିବା ଭଳି ଲାଗୁ ନାହିଁ । ୟୁପିଏକୁ ୨୭ ପ୍ରତିଶତ ଭୋଟ ସହିତ ୯୩ଟି ଆସନ ମିଳିପାରେ । କେବଳ କଂଗ୍ରେସକୁ ୫୧ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିପାରେ ବୋଲି ସର୍ଭେରେ କୁହାଯାଇଛି । ଅନ୍ୟଦଳକୁ ୩୦ ପ୍ରତିଶତ ଭୋଟ ସହ ୧୨୯ଟି ଆସନ ମିଳିପାରେ । 

 

  • Tags:

Subscribe

National International State Sports Entertainment