ସ୍ୱାଧୀନତା ଦିବସ ପୂର୍ବରୁ ଏହି ଅଭିଯାନ ଆରମ୍ଭ, ଜନତାଙ୍କୁ ସହଯୋଗ ମାଗିଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Nation-PM-Modi-started-this-campaign-before-Independence-Day-sought-public-support

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଯାଏଁ ଏକ ସପ୍ତାହ ଲାଗି ‘ଗନ୍ଦଗୀ ଭାରତ ଛୋଡୋ’ ଅଭିଯାନ ଚଲାଇବାକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଏକ ସପ୍ତାହ ମଧ୍ୟରେ ସବୁ ଜିଲ୍ଲାପାଳ ନିଜ ନିଜ ଅଂଚଳରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଓ ଏହାର ମରାମତି କରନ୍ତୁ । ସାଧାରଣ ଲୋକେ ନିଜ ଘର ପାଖକୁ ସଫାସୁତୁରା ରଖନ୍ତୁ । ପ୍ଲାଷ୍ଟିକ ଠାରୁ ନିଜ ଜୀବନକୁ ଦୂରରେ ରଖନ୍ତୁ । 

ପ୍ରଧାନମନ୍ତ୍ରୀ ଶନିବାର ଜାତୀୟ ରାଜଧାନୀ ରାଜଘାଟ ନିକଟରେ ନିର୍ମିତ ‘ରାଷ୍ଟ୍ରୀୟ ସ୍ୱଚ୍ଛା କେନ୍ଦ୍ର’ (ଆରଏସକେ)ର ଉଦଘାଟନ କରିବା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଇଂରୋଜମାନଙ୍କ ଗୁଲାମୀ ଯୋଗୁଁ ଜାତିର ପିତା ମହାତ୍ମା ଗାନ୍ଧୀ ‘ଇଂରେଜ ଭାରତ ଛାଡ଼’ ଶ୍ଲୋଗାନ ଦେଇଥିଲେ । ଏବେ ଆମକୁ ସେହି ଆଧାରରେ ମଇଳାରୁ ସ୍ୱାଧୀନତା ପାଇବା ଲାଗି ‘ଗନ୍ଦଗୀ ଭାରତ ଛୋଡୋ’ ଆନ୍ଦୋଳନ ଚଲାଇବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କ ପ୍ରେରଣାରୁ ବିଗତ ଦିନରେ ଦେଶର କୋଣଅଣୁକୋଣରେ ଲକ୍ଷାଧିକ ସ୍ୱଚ୍ଛାଗ୍ରହୀମାନେ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିଲେ । ଏହି କାରଣରୁ ୬୦ ମାସ ମଧ୍ୟରେ ୬୦ କୋଟି ଭାରତୀୟ ଶୌଚାଳୟ ସୁବିଧା ସହିତ ଯୋଡ଼ି ହୋଇଗଲେ । ଆତ୍ମବିଶ୍ୱାସ ସହିତ ଜଡ଼ିତ ହୋଇଗଲେ । ଏହି କାରଣରୁ ଦେଶର ଭଉଣୀମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ସୁବିଧା ମିଳିଛି । ଏହି କାରଣରୁ ଦେଶର ଲକ୍ଷାଧିକ ଝିଅଙ୍କୁ ବିନା କଟକଣାରେ ପଢ଼ିବା ସୁବିଧା ମିଳିପାରିଛି । ଲକ୍ଷାଧିକ ଗରିବ ପରିବାରର ଶିଶୁ ରୋଗରୁ ମୁକ୍ତ ହୋଇଛନ୍ତି । ଦେଶର ଦଳିତ, ପୀଡ଼ିତ, ଶୋଷିତ ଏବଂ ଆଦିବାସୀଙ୍କୁ ସମାନତାର ବିଶ୍ୱାସ ମିଳିଛି ।   

 

  • Tags:

Subscribe

National International State Sports Entertainment