ଚୀନରେ ବ୍ୟାପିଥିବା ମାରତ୍ମକ ଭାଇରସ ନେଇ ଭାରତ ସତର୍କ, ବିମାନ ବନ୍ଦରରେ ହେବ ଯାଞ୍ଚ
Khabar Odisha:Nation-Thermal-screening-Chhatrapati-Shivaji-Maharaj-International-airport-China-to-India

ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): ଚୀନରୁ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥର୍ମାଲ ଯାଞ୍ଚ କରାଯାଉଛି । ଚୀନର ହୁଆଇ ରାଜ୍ୟର ବୁହାନ ସହରରେ ନିମୋନିଆ ଭାଇରସ ଏବେ ଦେଖାଯାଇଛି । ଏହି ଭାଇରସ ଯୋଗୁଁ ଲୋକେ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । ସେହିଭଳି ଶ୍ୱାସକ୍ରିୟାରେ ମଧ୍ୟ ଅସୁବିଧା ହେଉଛି । ତେଣୁ ଚୀନରେ ବ୍ୟାପିଥିବା ମାରତ୍ମକ ଭାଇରସ ନେଇ ଭାରତ ସତର୍କ ରହିଛି ଏବଂ ବିମାନ ବନ୍ଦରରେ ଯାଞ୍ଚ ପାଇଁ ପଦକ୍ଷେପ ଗ୍ରହଣ କରିଛି । ମୁମ୍ବାଇ ବିମାନ ବନ୍ଦରରୁ ଚୀନ ବିମାନ ବନ୍ଦରକୁ ଏୟାର ଚାଇନା ଓ ରୱାଣ୍ଡ ଏୟାର ଲାଇନର ବିମାନ ପରିଚାଳିତ ହେଉଛି । 

ମୁମ୍ବାଇରେ ଏୟାରପୋର୍ଟ ହେଲଥ ଅର୍ଗାନାଇଜେଶନ (ଏପିଏଚସ)ର ଟିମ ଚୀନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ହେଲଥ କାଉଣ୍ଟର ଆରମ୍ଭ କରିଛନ୍ତି । ଏଥିପାଇଁ ଥର୍ମାଲ ସ୍କାନର ବ୍ୟବସ୍ଥା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଜାରି କରାଯିବା ପରେ ଯେଉଁ ଯାତ୍ରୀମାନେ ଚୀନରୁ ମୁମ୍ବାଇ ଆସୁଛନ୍ତି, ସେମାନଙ୍କୁ ଏହି ଥର୍ମାଲ ଯାଞ୍ଚ ମଧ୍ୟ ଦେଇ ମହାନଗରକୁ ପ୍ରବେଶ କରିବାକୁ ପଡୁଛି । 

 

  • Tags:

Subscribe

National International State Sports Entertainment