ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ବଢ଼ିବା ଆରମ୍ଭ କରିଦେଇଛି । ମାତ୍ର ୨୪ ଘଣ୍ଟାରେ ମୋଟ ୨୪୯୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ସଂକ୍ରମଣ ଦର ୧୫.୪୧ ପ୍ରତିଶତ ବଢ଼ିଛି ।
ତେବେ ରାଜଧାନୀରେ ସଂକ୍ରମଣ ଦର ବଢ଼ିଥିଲେ ବି ଟେଷ୍ଟିଂରେ ତୀବ୍ରତର ଦେଖାଯାଉ ନାହିଁ । ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାକୁ ଦ୍ରୁତଗତିରେ ଟେଷ୍ଟି କରିବାକୁ ନିର୍ଦ୍ଦେଶ ଦେଇନାହାନ୍ତି । ମଙ୍ଗଳବାର ଦିଲ୍ଲୀରେ ମୋଟ ୧୬,୧୮୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା । ଏଥିରେ ଆରଟିପିସିଆର ୧୦,୪୫୧ ଥିଲା ବେଳେ ଆଣ୍ଟିଜେନ୍ ମାଧ୍ୟମରେ ୫,୭୩୬ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । କିନ୍ତୁ କମ ସଂଖ୍ୟାରେ ଟେଷ୍ଟିଂ ହେଉଥିବାରୁ ତୃଣମୂଳ ସ୍ତରର ସ୍ଥିତି ଭଲଭାବରେ ଜାଣି ହେଉନାହିଁ ।
କୁହାଯାଉଛି ଯେ, ଓମିକ୍ରନ୍ର ସବଭ୍ୟାରିଆଣ୍ଟ କାରଣରୁ ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜଧାନୀରେ ମସ୍କ ବାଧ୍ୟତାମୂଳକ ରି ଦିଆଯାଇଛି । ମେଟ୍ରୋ ଓ ସର୍ବସାଧାରଣ ସ୍ଥଳୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦିଆଯାଇଛି । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ମାସ୍କ ପିନ୍ଧି ନ ଥିଲେ ଲୋକଙ୍କୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଦିଆଯିବ । ତେବେ କଟକଣା ଫେରିବା ପରେ ଲୋକଙ୍କର ଚିନ୍ତା ବଢ଼ିଯାଇଛି । କରୋନା ସଂକ୍ରମଣ ପୂର୍ବରୁ ମଧ୍ୟ ବଢ଼ିଥିଲା ବେଳେ କଟକଣା ନ ଥିଲା । ଏବେ ଦିଲ୍ଲୀରେ ଦୀର୍ଘ ଦିନର ବ୍ୟବଧାନ ପରେ କଟକଣା ପୁଣି ଥରେ ଆରମ୍ଭ ହୋଇଯାଇଛି, ଯାହାକୁ ନେଇ ସାଧାରଣ ଜନତା ଚିନ୍ତି ଦେଖାଯାଉଛନ୍ତି ।