ତାରାପୁରମ୍ (ଆନ୍ଧ୍ରପ୍ରଦେଶ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ଏକ ବସ୍ ଆନ୍ଧ୍ରପ୍ରଦେଶର ତାରାପୁରମ୍ ନିକଟରେ ଜଳିଯାଇଛି। ଏହି ବସ୍ଟି ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଥିଲେ ମଧ୍ୟ ଏଥିରେ ଥିବା ସମସ୍ତ ୪୨ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ରେ ଅଗ୍ନିକାଣ୍ଡ କାରଣରୁ କୌଣସି ପ୍ରାଣହାନୀ ଘଟି ନାହିଁ।
ସରକାରୀ ବସ୍ର ଚାଳକ ଦଶରଥ କହିଛନ୍ତି ଯେ ଟାୟାର୍ ଫାଟିଯିବା ଯୋଗୁଁ ପ୍ରଥମେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାର ନିମିଷକ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣାର ସାମ୍ନା କରୁଥିବା ଜାଣିପାରି ସତର୍କ ଅବଲମ୍ବନ କରିଥିଲି। ସୂଚନା ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।