ମହାରାଷ୍ଟ୍ର: କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ, ୨୪ ଘଣ୍ଟାରେ ୨୬୮୨ ଆକ୍ରାନ୍ତ
Khabar Odisha:Nation-Corona-virus-covid-19-Maharashtra-positive-case-60-thousand-death-toll-Mumbai

ମୁମ୍ବାଇ, ମେ ୩୦ (ଖବର ଓଡ଼ିଶା): ଦେଶରେ କରୋନା ଭାଇରସ ସଂକ୍ରମଣର ଚିତ୍ର ପ୍ରତିଦିନ ବଦଳିବାରେ ଲାଗିଛି । କରୋନା ଭାଇରସ ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୬୮୨ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏଥି ସହିତ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୯୮ରେ ପହଞ୍ଚିଛି । 

ମହାରାଷ୍ଟ୍ରରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୬୨ ହଜାର ୨୨୮ରେ ପହଞ୍ଚିଛି । ଏଥିରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୩ ହଜାର ୧୨୪ । ୨୪ ଘଣ୍ଟା ମଧ୍ୟରେ ୮୩୮୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୬ ହଜାର ୯୯୭ ଜଣଙ୍କର ଚିକିତ୍ସା ପରେ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି । 

  

 

  • Tags:

Subscribe

National International State Sports Entertainment