ସାହେବଗଂଜ, ଅଗଷ୍ଟ ୦୬ (ଖବର ଓଡ଼ିଶା): ଯାତ୍ରୀବାହୀ ଟ୍ରେନ୍ରେ ଷଣ୍ଢ । ଏହି ଫଟୋ ଦେଖିଲେ ନିଶ୍ଚିତ ଭାବେ କିଛି ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ବୁଦ୍ଧିଜୀବୀମାନଙ୍କୁ ବିଚଳିତ ଅଥବା ବ୍ୟଥିତ କରୁଥିବା । କିନ୍ତୁ ଝାଡ଼ଖଣ୍ଡରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ସାହିବଗଂଜରୁ ଜାମଲପୁର (ବିହାର) ମଧ୍ୟ ଚାଲୁଥିବା ଡିଏମ୍ୟୁ ପାସେଞ୍ଜର ଟ୍ରେନରେ ଏକ ଷଣ୍ଢ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାତ୍ରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ମିର୍ଜା ଛକ ରେଳଷ୍ଟେସନରେ ୧୦ରୁ ୧୨ ଜଣ ଲୋକ ଷଣ୍ଢକୁ ପାସେଞ୍ଜର ଟ୍ରେନ୍ରେ ଚଢ଼ାଇ ଦେଇଥିଲେ । ସେମାନେ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କୁ କହିଲେ, ଏହାକୁ ସାହିବଗଂଜରେ ଓହ୍ଲାଇ ଦେବେ ।
ତେବେ ମିର୍ଜା ଛକ ଷ୍ଟେସନରେ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା । ସାହିବଗଂଜରୁ ଏକ ପାସେଞ୍ଜର ଟ୍ରେନ୍ ଯାଉଥିଲା । ଏହି ସମୟରେ ମିର୍ଜା ଛକ ରେଳଷ୍ଟେସନରେ ୧୦ରୁ ୧୨ ଜଣ ଅଜଣା ଲୋକ ଏକ ଷଣ୍ଢକୁ ଚଢ଼ାଇ ଦେଇଥିଲେ । ଯେତେବେଳ ପର୍ଯ୍ୟନ୍ତ ଏହାରି ଉପରେ କାହାରି ଦୃଷ୍ଟି ପଡ଼ି ନଥିଲା, ସେହି ସମୟ ପୂର୍ବରୁ କିଛି ମଦ୍ୟପ ଲୋକ ଷଣ୍ଢକୁ ପାସେଞ୍ଜର ଟ୍ରେନ୍ର ଏକ ସିଟରେ ବାନ୍ଧି ଦେଇଥିଲେ । ସେଠାରେ ଥିବା ଯାତ୍ରୀମାନଙ୍କୁ କହିଥିଲେ ଯେ, ସାହେବଗଂଜ ଷ୍ଟେସନରେ ଷଣ୍ଢକୁ ଓହ୍ଲାଇ ଦେବେ । ଏହା ପରେ ସେମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।