ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦୀ ରାଜରେ ପୂରା ହେଲା ବିଜେପିର ଆଉ ଏକ ବଡ଼ ପ୍ରତିଶ୍ରୁତି
Khabar Odisha:Nation-Bharatiya-Janta-Party-core-issues-and-promises-Ram-temple-and-Narendra-Modi-era

ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜୁତି କାଳରେ ଭାରତୀୟ ଜନତା ପାର୍ଟିର ଆଉ ଏକ ବଡ଼ ପ୍ରତିଶ୍ରୁତି ପୂରା ହୋଇଛି । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ । ଆଜି ସେହି ଦିନ ଆସିଛି, ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେବ । ଏକଦା ବିରୋଧୀ ଦଳର ନେତାମାନେ ରାମ ମନ୍ଦିର ନିର୍ମାଣକୁ ତୀବ୍ର ବିରୋଧ କରୁଥିବା ବେଳେ ଆଜି ସେମାନେ ମୁଣ୍ଡ ତଳକୁ କରି ସ୍ୱାଗତ ଜଣାଉଛନ୍ତି । 

ଉତ୍ସାହ ସହିତ ଯେଉଁ ଦିନ ଠାରୁ ମନ୍ଦିର ନିର୍ମାଣ କାମ ବଢ଼ିବ ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଶିଳାନ୍ୟାସ ପାଇଁ ଉପସ୍ଥିତ ରହିବେ । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଆଜି ଏକ ବର୍ଷ ହୋଇଛି । ବର୍ଷକ ତଳେ ବିଜେପି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ବଡ଼ ପ୍ରତିଶ୍ରୁତି ପୂରଣ କରିଥିଲା । 

ଆପଣମାନଙ୍କୁ ମନେ ଥିବ ଯେ, ବିଜେପି ପଦାଧିକାରୀଙ୍କ ହିସାବରେ ମୋଦୀ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ୧୯୯୦ରେ ହୋଇଥିବା ରାମ ରଥ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେହିଭଳି ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ସ୍ୱର୍ଗତ ମହନ୍ତ ଅବୈଦ୍ୟନାଥ ୧୯୮୪ରେ ସାଧୁ ଓ ହିନ୍ଦୁ ସଂଗଠନର ସମୂହ ନେତୃତ୍ୱ ନେଇ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । 

ଇତିହାସ ଅନୁସାରେ ଯେଉଁଠାରେ ଭଗବାନ ରାମଙ୍କ ଜନ୍ମସ୍ଥାନ, ସେଠାରେ ମନ୍ଦିର ନିର୍ମାଣ ପକ୍ଷରେ ୨୦୧୯ରେ ସୁପ୍ରିମ କୋର୍ଟ ନିଷ୍ପତ୍ତି ଦେଇ ହିନ୍ଦୁ ଓ ମୁସଲିମ ସମୂହଙ୍କ ମଧ୍ୟରେ ଐତିହାସିକ ବିବାଦର ଆଇନଗତ ପଦକ୍ଷେପ ନେଇଥିଲେ । 

 

  • Tags:

Subscribe

National International State Sports Entertainment