ଦେଶ ବିଭାଜନ ପାପର ପ୍ରାୟଶ୍ଚିତ ହେଉଛି ନାଗରିକତା ସଂଶୋଧନ ଆଇନ: ପ୍ରତାପ ଷଡ଼ଙ୍ଗୀ
Khabar Odisha:Nation--Union-minister-Pratap-Sarangi-slammed-congress-over-CAA-in-Surat-in-Gujarat

ସୁରତ, ଜାନୁଆରୀ ୧୯ (ଖବର ଓଡ଼ିଶା): କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଶନିବାର ନାଗରିକତା ସଂଶୋଧନ ଆଇନ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସିଏଏ ଲାଗୁ କରିବା ଦେଶ ବିଭାଜନର ପାପାର ପ୍ରାୟଶ୍ଚିତ । ବିରୋଧୀଙ୍କୁ ଟାର୍ଗେଟ କରି ଷଡ଼ଙ୍ଗୀ କହିଛନ୍ତି ଯେ, ଯେଉଁ ଲୋକମାନେ ଭାରତର ଅଖଣ୍ଡତା ଓ ବନ୍ଦେ ମାତରମ ସ୍ୱୀକାର କରୁ ନାହାନ୍ତି, ସେମାନଙ୍କ ଦେଶରେ ରହିବା କୌଣସି ଅଧିକାର ନାହିଁ । 

ଷଡ଼ଙ୍ଗୀ ଗୁଜୁରାଟର ସୁରତରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି, ଆମେ କ’ଣ କରିଛେ? ଧାର୍ମିକ ନିର୍ଯାତନା ସହି ଯେଉଁ ସଂଖ୍ୟାଲଘୁମାନେ ସୀମା ଅତିକ୍ରମ କରି ଭାରତ ଆସିଛନ୍ତି, ସେମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନାଗରିକତା ଆଇନ ଗୃହୀତ କରିଛନ୍ତି । ଷଡ଼ଙ୍ଗୀ କହିଛନ୍ତି, ଏହି (ସିଏଏ) ଦେଶ ବିଭାଜନର ପାପର ପ୍ରାୟଶ୍ଚିତ । ସେଥିପାଇଁ କଂଗ୍ରେସକୁ ଏହା ଅଭିନନ୍ଦନ କରିବାର ଆବଶ୍ୟକତା ଅଛି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶ ବିଭାଜନ ପାପ କଂଗ୍ରେସ କରିଥିଲା । କିନ୍ତୁ ଏହି ପାପକୁ ଆମେ ପ୍ରାୟଶ୍ଚିତ କରୁଛୁ । ଏଥି ପାଇଁ ଏହାକୁ ସ୍ୱାଗତ କରାଯିବା ଦରକାର । ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତ ଯେ, ଏହାର ବିରୋଧ କାହିଁକି କରାଯାଉଛି? କାରଣ ତାଙ୍କର ଅସ୍ଥିତ୍ୱ ଶେଷ ହେବାକୁ ଯାଉଛି । ଏଥିପାଇଁ ଦେଶରେ ନିଆଁ ଲଗାଉଛନ୍ତି । ସେ କହିଛନ୍ତି, କଂଗ୍ରେସ ତରଫରୁ ଯେଉଁ ନିଆଁ ଲଗାଯାଉଛି, ଏହାକୁ ଦେଶବାସୀ ମାନିବେ ନାହିଁ । 

 

  • Tags:

Subscribe

National International State Sports Entertainment