ଅଯୋଧ୍ୟା: କେନ୍ଦ୍ର ସରକାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି)ର ପେଣ୍ଠ ସ୍ଥଳୀ କରିବାକୁ ଯାଉଛନ୍ତି। ଏହା ପରେ ଏଠାରେ ଏନ୍ଏସ୍ଜିଣ ଏକ ଗ୍ରୁପ ସ୍ଥାୟୀ ଭାବେ ମୁତୟନ କରିବେ। ଏହାକୁ ନେଇ ଜୁଲାଇ ୧୭ରେ ଏନ୍ଏସ୍ଜିର ଏକ ଗ୍ରୁପ ଅଯୋଧ୍ୟା ଗସ୍ତରେ ଆସୁଛନ୍ତି। ଏହି ଟିମ୍ ୪ଦିନ ଯାଏଁ ଅଯୋଧ୍ୟାରେ ରହିବେ। ଏହି ରହଣି ସମୟରେ ରାମ ଜନ୍ମଭୂମି ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ।
ରାମମନ୍ଦିର ନିର୍ମାଣ ହେଲା ପରେ ଅଯୋଧ୍ୟରେ ସମ୍ଭାବ୍ୟ ଆତଙ୍କାବାଦ ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥି ପାଇଁ ସରକାର ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁଆରି ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହା ପରେ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ପହଞ୍ଚି ରାମଲଲାଙ୍କ ଦର୍ଶନ କରୁଛନ୍ତି। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉଛି।
ସୂଚନାଯୋଗ୍ୟ, ରାମନବମୀ, ଶ୍ରାବଣ, କାର୍ତ୍ତିକ, ପରିକ୍ରମା ମେଳାରେ ଏଟିଏସ ମୁତୟନ କରାଯାଇଥାଏ। ଏବେ ରାମମନ୍ଦିରର ସୁରକ୍ଷା ଏସଏସ୍ଏଫ ହାତରେ ରହିଛି। ସିଆରପିଏଫ ଓ ପିଏସିକୁ ମଧ୍ୟ ମୁତୟନ କରାଯାଇଛି। ଏନ୍ଏସଜି ତରଫରୁ ଏସଏସ୍ଏଫ୍ ଯବାନଙ୍କୁ ତାଲିମ ଦିଆଯାଇଥାଏ। ଅଯୋଧ୍ୟାରେ ସ୍ବତନ୍ତ୍ର ଯବାନର ୨୦୦ କମାଣ୍ଡୋ ମୁତୟନ ଅଛନ୍ତି।