ଚର୍ଚ୍ଚାରେ ବି.ଟେକ୍ ପଢୁଆ ଗୁପଚୁପ୍ ବାଲି, ବୁଲେଟ୍‌ରେ ବୁଲିବୁଲି ଗୁପ୍‌ଚୁପ୍‌ ବିକୁଛନ୍ତି ବି-ଟେକ୍‌ ଯୁବତୀ
Khabar Odisha:Meet-BTech-Pani-Puri-Wali-young-entrepreneur-who-serves-healthy-street-food
ଖବର ଓଡିଶା : 11/03/2023

ଆଜିର ଦିନରେ ବେରୋଜଗାରୀକୁ ନେଇ ଅନେକ ଲୋକ ଚିନ୍ତାରେ । ଦେଶରେ ଏବେ ହଜାର ହଜାର ଲୋକ ବେରୋଜଗାରର ଶିକାର ହୋଉଛନ୍ତି | କିଏ ଉଚ୍ଚ ଶିକ୍ଷିତ ହୋଇମଧ୍ୟ ଭଲ ଚାକିରୀଟିଏ ପାଉନଥିବାବେଳେ ଅନେକ ଲୋକ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଉଛନ୍ତି | କିନ୍ତୁ ଏସବୁ ଭିତରେ ଆମେ ଆପଣଙ୍କୁ ଦେଖେଇବୁ ଜଣେ ଉଚ୍ଚଶିକ୍ଷିତ ଝିଅଙ୍କୁ | କଣ ଆଂଜ୍ଞା ଆଶ୍ଚର୍ଯ୍ୟ ହେଇଗଲେ କି ? ମନରେ ଅନେକ ପ୍ରଶ୍ନ ଆସୁଥିବ କିଏ ଏଇ ଝିଅ, କଣ କରୁଛି, ଆଉ କଣ ପାଇଁ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଇଏ ହେଉଛନ୍ତି ତାପସି ଉପାଧ୍ୟାୟ, ବିଟେକ୍ ପାନି ପୁରୀ ୱାଲି ନାମରେ ମଧ୍ୟ ବେଶ ଜଣାଶୁଣା, ଜଣେ 21 ବର୍ଷ ବୟସ୍କ ଯୁବ ଉଦ୍ୟୋଗୀ | ଯିଏ ବିଟେକ୍ ରେ ସ୍ନାତକ ହାସଲ କରିବା ପରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି | ତାଙ୍କର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଷ୍ଟ୍ରିଟ୍ ଖାଦ୍ୟ ପରିବେଷଣ କରିବା, ଯେଉଁଥିପାଇଁ ସେ ତାଙ୍କ ପାନି ପୁରୀ ଷ୍ଟଲ୍ ପାଇଁ ଏୟାର-ଫ୍ରାଏଡ୍ ପୁରିସ୍ ପ୍ରସ୍ତୁତ କରନ୍ତି | ଭାଇରଲ ହେଇଥିବା ଭିଡିଓରେ ସେ କହିଛନ୍ତି ଯେ ସେ ତାଙ୍କର ସୁସ୍ଥ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲର ସଂଖ୍ୟା ଆହୁରି ବଢାଇବାକ ଚାହୁଁଛନ୍ତି। ବର୍ତ୍ତମାନ ସମୟରେ ତାଙ୍କର ୪ଟି ଷ୍ଟଲ ଥିବାବେଳେ, ଆଗକୁ ସେ ଏହି ଷ୍ଟଲ ସଂଖ୍ୟା ବୃଦ୍ଧି କରିବେ ବୋଲି କହିଛନ୍ତି । ତାପସୀଙ୍କ ଗୁପ୍‌ଚୁପ୍‌ ଷ୍ଟଲ ଅତ୍ୟନ୍ତ ସୁନ୍ଦର ଭାବେ ତିଆରି କରାଯାଇଛି । ଇଞ୍ଜିନିୟରିଂ ଛାତ୍ରୀ ତାପସୀଙ୍କ କହିବା କଥା, ପ୍ରଥମରୁ ହିଁ ବାଇକ୍ ଚଲେଇବା ସହ ସ୍ୱାସ୍ଥ୍ୟକର ଖାଇବା ପ୍ରସ୍ତୁତ କରିବା ତାଙ୍କର ଇଚ୍ଛା ଥିଲା । ସେଥିପାଇଁ ସେ ଏପରି କିଛି ନୂଆ କରିବାକୁ ଚିନ୍ତା କଲେ । ଇଞ୍ଜିନିୟରିଂ ପଢିବା ସମୟରେ ତାଙ୍କ ମୁଣ୍ଡକୁ ଷ୍ଟାର୍ଟଅପର ଆଇଡିଆ ଆସିଥିଲା । ଏହାପରେ ସେ ଏହି ବି.ଟେକ୍ ପାନୀପୁରୀ ନାମକ ଷ୍ଟଲ ଆରମ୍ଭ କରିଥିଲେ । ତେବେ ତାପସୀଙ୍କ ଏହି ନିଆରା ଗୁପଚୁପ ସମସ୍ତଙ୍କୁ ପସନ୍ଦ ଆସିବା ସହିତ ଲୋକମାନେ ଏହି ଷ୍ଟଲକୁ ପସନ୍ଦ କରିଥିଲେ । ଯାହା ଫଳରେ ତାପସୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଭିଡିଓ ମାଧ୍ୟମରେ ତାପସୀ ତାଙ୍କ ସଂଘର୍ଷର କଥା ବଖାଣିଛନ୍ତି । ପାନିପୁରୀ ବା ଗୁପ୍‌ଚୁପ୍‌ ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କ ପ୍ରତି ଲୋକମାନଙ୍କ ମନୋଭାବକୁ ଗୋଟିଗୋଟି କହିଛନ୍ତି ତାପସୀ । ଏହି ଭିଡିଓକୁ ଅନେକ ଦର୍ଶକ ପସନ୍ଦ କରିଥିବା ବେଳେ କିଛି ଦର୍ଶକ ତାଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡିଓଟିକୁ ଅନେକ ଦର୍ଶକ ଦେଖିସାରିଥିବାବେଳେ ୩ଲକ୍ଷ ୬୦ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି ।

Subscribe

National International State Sports Entertainment