ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗୋଟିଏ ପରିବାରର ୫ ଜଣ ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରଙ୍ଗପୁରୀ ଗାଁର। ସୂଚନା ପାଇବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର ରଙ୍ଗପୁରୀ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୧୮ ମିନିଟ୍ ସମୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଷାକ୍ତ ପଦାର୍ଥ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ୍ର ତାଲା ଭାଙ୍ଗି ମୃତଦେହକୁ ବାହାର କରିଥିଲା। ଏବେ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଜଣେ ବ୍ୟକ୍ତି ଓ ତାଙ୍କ ଚାରି ଝିଅ କାହିଁକି ବଞ୍ଚିବାକୁ ଚାହିଁଲେ ନାହିଁ ତାହା ମଧ୍ୟ ପୁଲିସ ଜାଣିବାକୁ ଚେଷ୍ଟା କରୁଛି।
ପୁଲିସ ମୃତଦେହକୁ ବାହାର କରିଛି।ଏବେ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। କାହିଁକି ଜଣେ ବ୍ୟକ୍ତି ଓ ତାଙ୍କ ୪ ଝିଅ ଜୀବନ ହାରିଲେ ତାହା ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି। ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବାପା ପ୍ରଥମେ ସମସ୍ତଙ୍କୁ ବିଷ ଖାଇବାକୁ ଦେଇଥିଲେ ଏବଂ ପରେ ନିଜେ ଖାଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଘଟଣାର କ୍ରମ ଜଣାପଡ଼ିବ ବୋଲି ପୁଲିସ କହିଛି। ଖରାପ ପରିସ୍ଥିତି ଯୋଗୁଁ ଦିବ୍ୟାଙ୍ଗ ଝିଅଙ୍କ ବାପା ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ପିତା ଜଣେ କାର୍ପେଣ୍ଟର ଭାବରେ କାମ କରୁଥିଲେ ଏବଂ ତାଙ୍କ ପତ୍ନୀ ଏକ ବର୍ଷ ତଳେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ଏହାପରେ ହିରଲାଲଙ୍କୁ ଏକୁଟିଆ ଛାଡ଼ି ଦିଆଯାଇଥିଲା। ପତ୍ନୀଙ୍କ ମୃତ୍ୟୁ ଯୋଗୁଁ ହୀରାଲାଲ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସିସିଟିଭି ଫୁଟେଜରେ ବାପା ୨୪ ତାରିଖରେ ଘର ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। ସେବେଠାରୁ ଘରର କବାଟ ଭିତରୁ ବନ୍ଦ ହୋଇଯାଇଥିଲା।
ତେବେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଯେଉଁ ପୁରୁଷ ନିଜର ୪ ଝିଅଙ୍କ ସହିତ ବିଷପାନ କରିଛନ୍ତି, ତାଙ୍କର ସ୍ତ୍ରୀ ପୂର୍ବରୁ କର୍କଟରୋଗରେ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ୪ ଜଣ ଦିବ୍ୟାଙ୍ଗ ଝିଅକୁ ନେଇ ବଞ୍ଚିବା ସଂଘର୍ଷପୂର୍ଣ୍ଣ ଥିଲା। ମାନିସିକ ଭାରସାମ୍ୟ ହରାଇ ସେ ଏହି ଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ: ଆବର୍ଜନା ତଳେ ଚାପି ହୋଇଗଲେ ଏକାଧିକ ଶ୍ରଦ୍ଧାଳୁ