ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ ,ଗିରଫ ହେଲା ଶିକାରୀ
Khabar Odisha:Madibasila-forest-department-while-hunting-deer-meat-arrested-the-hunter
କେନ୍ଦୁଝର ,ଅକ୍ଟୋବର 28(ଖବର ଓଡ଼ିଶା):

କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । ତା ସହ ଅଭିଯୁକ୍ତ ଠାରୁ ଅଧିକ ଓଜନ କଣ୍ଟା ,ମାଂସ ଓ କଟୁରୀ ଜବତ କରିଛି ।

ତେବେ ଏହି ଖବର ପୁର୍ବରୁ ପାଇଥିଲା ବନ ବଭାଗ ଫଳରେ ଅଚାନକ ଚଢାଉ କରିଥିଲା । ଆଜି ସକ।ଳେ ହରିଣ ମାଂସ ବିକ୍ରି ପାଇଁ କାଟୁଥିବା ସମୟରେ ଖବର ପାଇ ବିଜେପି ରେଞ୍ଜର ମାନଓ ମୁର୍ମୁ ନେତ୍ୱତ୍ୱରେ ବନ ବିଭାଗ ଟିମ୍ ଯାଇ ଶିକାରୀ ଚିନ୍ତାମଣୀ ଜୁଆଙ୍ଗଙ୍କ ଉପରେ ଚଢାଉ କରିଥିଲେ ।

ସୁଚନା ଅନୁସାରେ ରାଜ୍ୟରେ ଦିନ କୁ ଦିନ ପଶୁ ଶିକାର ବଢିଚାଲୁଥିବା ବେଳେ ପ୍ରତି ଥର ଏପରି ଖବର ସାମ୍ନାକୁ ଆସୁଛି । କିନ୍ତୁ ସବୁ କିଛି ଜାଣିଶୁଣି କଣ ପାଇଁ ବନ ଅଧିକାରୀ ଚୁପ୍ ବସିଛନ୍ତି ସେ ନେଇ ଜନ ସାଧାରଣରେ ପ୍ରଶ୍ନ ଉଠୁଛି ।

  • Tags:

Subscribe

National International State Sports Entertainment