ଫ୍ଲାଟ ଦେବାକୁ କହି ୧ କୋଟି ୭୨ ଲକ୍ଷ ଟଙ୍କାର ଠକେଇ ।ଭୁବନେଶ୍ୱର ସିଜୁଆରେ ଏପରି ଅଭିଯୋଗ ମାମଲାରେ ବିଲ୍ଡର ସଂସ୍ଥା ‘ବାସେରା ଡିଜାଇନ ପ୍ରାଇଭେଟ ଲିମିଟେଡ଼’ ଏମଡି ମନୋଜ ପଟ୍ଟନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।ଠକେଇ ନେଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ଜ୍ୟୋତିଶଙ୍କର ପଣ୍ଡା। ଅଭିଯୋଗ ପରେ ଫେରାର ହୋଇଯାଇଥିଲେ ବିଲ୍ଡର।ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମନୋଜଙ୍କ ପତ୍ନୀ ସୁଚିତ୍ରା ବିଶୋଇ ଫେରାର ଅଛନ୍ତି।