ଲକ୍ଷ୍ନୌ: କୁହୁଡ଼ି ଯୋଗୁଁ ସୋମବାର ଉଭୟ ଟ୍ରେନ୍ ଏବଂ ବିମାନ ସେବାକୁ ପ୍ରଭାବିତ ହୋଇଛି। ସୋମବାର ବିଳମ୍ବିତ ସମୟରେ ଲକ୍ଷ୍ନୌରେ ଅନେକ ବିମାନ ପହଞ୍ଚିଥିଲା। ଫଳସ୍ୱରୂପ ଲକ୍ଷ୍ନୌରୁ ଏହି ବିମାନଗୁଡ଼ିକ ବିଳମ୍ବିତ ହୋଇଥିଲା। ଏୟାର ଇଣ୍ଡିଆର ବିମାନ AI ୨୪୯୯ ସକାଳ ୬ଟା ପରିବର୍ତ୍ତେ ସକାଳ ୯ଟାରେ ଦିଲ୍ଲୀରୁ ଲକ୍ଷ୍ନୌ ଯାତ୍ରା କରିଥିଲା। ଇଣ୍ଡିଗୋ ଏୟାରଲାଇନ୍ସର ଦିଲ୍ଲୀ-ଲକ୍ଷ୍ନୌ ବିମାନ 6E 2107 ସକାଳ ୮ଟା ୩୦ ପରିବର୍ତ୍ତେ ସକାଳ ୧୧ଟା ୫ରେ ଛାଡିବ।
ଲକ୍ଷ୍ନୌରୁ ହାଇଦ୍ରାବାଦ ବିମାନ 6E ୫୨୩, ସକାଳ ୭ଟା ୧୫ ଟାରେ ଛାଡିବାକୁ ଥିଲା, ସକାଳ ୯ଟା ୨୦ ଟାରେ ଛାଡିଥିଲା। ଏୟାର ଇଣ୍ଡିଆର ବିମାନ AI ୨୫୦୦, ଦିଲ୍ଲୀକୁ ସକାଳ ୮ଟା ପରିବର୍ତ୍ତେ ସକାଳ ୧୦ଟା ୪୫ଟାରେ ଛାଡିଥିଲା। ରିୟାଦକୁ ଯାଉଥିବା ଫ୍ଲାଇଟ୍ IX ୧୮୯ ସକାଳ ୯ଟା ବଦଳରେ ୧୧ଟା, ମୁମ୍ବାଇକୁ ଯାଉଥିବା IX ୧୦୨୭ ସକାଳ ୯ଟା ବଦଳରେ ୧୦ଟା ୨୫, ପାଟନାକୁ ଯାଉଥିବା 6E ୬୯୦୨ ସକାଳ ୧୦ଟା ୩୦ ବଦଳରେ ୧୨ଟା ୪୫କୁ ପୁନଃନିର୍ଦ୍ଧାରିତ କରାଯାଇଛି। ସେହିପରି ନୂଆଦିଲ୍ଲୀରୁ ଆସୁଥିବା ଲକ୍ଷ୍ନୌ ମେଲ୍ ୩୦ ମିନିଟ୍, ବେଗମପୁରା ଏକ୍ସପ୍ରେସ୍ ୧ ଘଣ୍ଟା, ୧୩୨୩୮କୋଟା ପାଟନା ଏକ୍ସପ୍ରେସ୍ ୩ଟା ୩୦, ୧୨୪୩୦ ଏସି ଏକ୍ସପ୍ରେସ୍ ୧ଟା ୪୫ ଘଣ୍ଟା, ୧୨୨୩୨ ଚଣ୍ଡିଗଡ଼ ସୁପରଫାଷ୍ଟ ୧ଟା ୪୫, ୧୩୦୧୦ ଡୁନ୍ ଏକ୍ସପ୍ରେସ୍ ୧ଟା ୧, ୧୫୦୧୨ ଚଣ୍ଡିଗଡ଼ ଲକ୍ଷ୍ନୌ ଜଙ୍କସନ୍ ଏକ୍ସପ୍ରେସ୍ ୧ଟା ୪୫, ୧୩୩୦୮ ଗଙ୍ଗା ସତଲେଜ୍ ଏକ୍ସପ୍ରେସ୍ ୧ଟା ୪୫ ବିଳମ୍ବ ହୋଇଛି।
ଅଧିକ ପଢ଼ନ୍ତ: ଭାରତ ଠାରୁ ପରାଜୟର କାରଣ କହିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ