ଲକ୍ଷ୍ନୌ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୫୦ତମ ମ୍ୟାଚ୍ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଡିଏଲଏସ୍ ପଦ୍ଧତିରେ ୯ ରନ୍ରେ ମ୍ୟାଚ୍ ଜିତିଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ୧୯ ଓଭରକୁ ହ୍ରାସ କରାଯାଇଥିଲା। ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ୩ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା। ଡିଏଲଏସ୍ ପଦ୍ଧତି ବ୍ୟବହାର କରି ଆରସିବିକୁ ୨୧୩ ରନ୍ର ଲକ୍ଷ୍ୟ ଦିଆଯାଇଥିଲା। ବେଙ୍ଗାଲୁରୁ ୧୯ ଓଭରରେ ୬ ୱିକେଟ୍ ହରାଇ ୨୦୩ ରନ୍ କରିପାରିଥିଲା ଏବଂ ମ୍ୟାଚ୍ ହାରିଥିଲା। ଏହା ବେଙ୍ଗାଲୁରୁର କ୍ରମାଗତ ଦ୍ୱିତୀୟ ପରାଜୟ। ଲକ୍ଷ୍ନୌ ଦଳ ଏବେ ୬ ପଏଣ୍ଟ୍ ସହିତ ପଏଣ୍ଟ ଟେବୁଲର ତଳକୁ ରହିଛନ୍ତି। ଆରସିବି ୧୩ ପଏଣ୍ଟ୍ ସହିତ ତୃତୀୟ ସ୍ଥାନରେ ଅଛି।
ବେଙ୍ଗାଲୁରୁ ପକ୍ଷରୁ ଅଧିନାୟକ ରଜତ ପାଟିଦାର ସର୍ବାଧିକ ୬୧ ରନ କରିଥିଲେ। ସେ ୩୧ ବଲ ଇନିଂସରେ ତିନୋଟି ଚୌକା ଏବଂ ଛଅ ଛକା ମାରିଥିଲେ। ଟିମ୍ ଡେଭିଡ୍ ୧୭ ବଲ୍ ଖେଳି ୪୦ ରନ୍ର ଏକ ଧମାକାଦାର ଇନିଂସ ଖେଳିଥିଲେ। ଦେବଦତ୍ତ ପାଡିକ୍କଲ୍ ୩୪ ରନ୍ କରି ଆଉଟ ହୋଇଥିଲେ। କୃଣାଳ ପାଣ୍ଡ୍ୟା ୨୮ ରନ୍ କରି ଅପରାଜିତ ରହିଥିଲେ, ଯେତେବେଳେ ରୋମାରିଓ ସେଫର୍ଡ ୨୩ରନ୍ କରି ଅପରାଜିତ ରହିଥିଲେ। ଲକ୍ଷ୍ନୌ ସୁପରଜାଏଣ୍ଟସ ପକ୍ଷରୁ ଦ୍ରୁତ ବୋଲର ପ୍ରିନ୍ସ ଯାଦବ ତିନୋଟି ୱିକେଟ ନେଇଥିଲେ। ଶାହବାଜ ଅହମ୍ମଦ ଦୁଇଟି ଏବଂ ମହମ୍ମଦ ଶାମି ଗୋଟିଏ ୱିକେଟ ନେଇଥିଲେ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଏଲଏସଜି ଏକ ଦୃଢ଼ ଆରମ୍ଭ କରିଥିଲା। ମିଚେଲ ମାର୍ଶ ଏବଂ ଅର୍ଶିନ କୁଲକର୍ଣ୍ଣୀଙ୍କ ପ୍ରାରମ୍ଭିକ ଯୋଡ଼ି ୫୬ ବଲ୍ରେ ପ୍ରଥମ ୱିକେଟ ପାଇଁ ୯୫ ରନ୍ ଯୋଡ଼ିଥିଲେ। ମାର୍ଶ ନିକୋଲାସ ପୁରନଙ୍କ ରୂପରେ ଆଉ ଏକ ଉତ୍କୃଷ୍ଟ ସାଥୀ ପାଇଲେ। ମାର୍ଶ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୪୯ ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ। ୧୪ତମ ଓଭର ଶେଷରେ ବର୍ଷା ପୁଣି ଥରେ ମ୍ୟାଚ୍ ବାଧାପ୍ରାପ୍ତ କରିଥିଲା, ଯାହା ଫଳରେ ମ୍ୟାଚ୍ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ବର୍ଷା ଯୋଗୁଁ ସମୟ ନଷ୍ଟ ହେବାରୁ ପ୍ରତ୍ୟେକ ଇନିସକୁ ୧୯ ଓଭରକୁ ହ୍ରାସ କରାଯାଇଥିଲା। ପ୍ରିନ୍ସ ଯାଦବ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେ ବିରାଟ କୋହଲି, ଦେବଦୂତ୍ତ ପାଡ୍ଡିକଲ ଏବଂ ଜିତେଶ ଶର୍ମାଙ୍କୁ ଆଟଉ କରିଥିଲେ।
ଅଧିକ ପଢ଼ନ୍ତୁ: ପୂର୍ବତନ କ୍ରିକେଟର ଅମନପ୍ରୀତ ଗିଲ୍ଙ୍କ ୩୬ ବର୍ଷ ବୟସରେ ନିଧନ