ସମସ୍ତୀପୁର: ବିହାରର ସମସ୍ତୀପୁର ଜଙ୍କସନରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍ ଟ୍ରେନ୍ର ଅଗ୍ନିନିର୍ବାପକ ଯନ୍ତ୍ରଣୁ ପ୍ରବଳ ଶଦ୍ଦ ବାହାରିବା କାରଣରୁ ଦଳଚକଟା ପରିସ୍ଥିତି ଦେଖିବାକୁ ମିଳିଛି। ଟ୍ରେନ୍ ଭିତରେ ଓ ରେଳଷ୍ଟେସନ ପରିସରରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି। ଫଳରେ ରେଳ ଷ୍ଟେସନରେ ଦଳଚକଟା ପରିସ୍ଥିତି ଦେଖିବାକୁ ମିଳିଛି।
ପ୍ଲାଟଫର୍ମରେ କର୍ଯ୍ୟରତ ଆରପିଏଫ କନଷ୍ଟେବଳ ସଂଜୟ କୁମାର କହିଛନ୍ତି, ତତ୍ପରତା ଦେଖାଇ ଲୋକୋ ପାଇଟଲଙ୍କୁ ଟ୍ରେନ୍ ଅଟକାଇବା ପାଇଁ ସଂକେତ ଦେଇଥିଲେ। ଲୋକୋ ପାଇଟଲ ଉପସ୍ଥିତ ବୁଦ୍ଧି ଲଗାଇ ଟ୍ରେନ୍ର ବ୍ରେକ୍ ଦେଇଥିଲେ। ଯନ୍ତ୍ରରୁ ଶଦ୍ଦ ବାହାରିବା ପରେ ଷ୍ଟେସନରେ ଧୂଆଁ ବାହାରିଥିଲା। ତେଣୁ ଯାତ୍ରୀମାନେ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ। କିଛି ଯାତ୍ରୀ ଟ୍ରେନ୍ ଉପରୁ ଉଭୟ ପାର୍ଶ୍ବକୁ ଡେଉଁଥିଲେ। ଫଳରେ କିଛି ଯାତ୍ରୀ ଆହତ ହେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି।
ତେବେ ସୂଚନା ମିଳିବା ପରେ ବରିଷ୍ଠ ଡିଏସ୍ଓ, ଆରପିଏଫ ଇନ୍ସପେକ୍ଟର ବେଦ ପ୍ରକାଶ ଶର୍ମା ସମେତ ଅନ୍ୟମାନେ ମଧ୍ୟ ପହଞ୍ଚିଥିଲେ। ଦରଭଂଗାରୁ ନୂଆଦିଲ୍ଲୀ ପରିଚାଳିତ ଟ୍ରେନ୍ ନମ୍ବର ୧୨୫୬୫ ବିହାର ସଂପର୍କକ୍ରାନ୍ତି ଏକ୍ସପ୍ରେସ୍ ଟ୍ରେନ୍ ରବିବାର ସକାଳ ୯ଟା ୧୯ରେ ସମସ୍ତୀପୁର ରେଳଷ୍ଟେସନର ୧ ନମ୍ବର ପ୍ଲାଟ୍ଫର୍ମରେ ପହଞ୍ଚି ଥିଲା। ଟ୍ରେନ୍ର ୯ଟା ୫୧ରେ ଇଂଜିନର ତୃତୀୟ ଜେନେରାଲ ବଗିରେ ଥିବା ଅଗ୍ନିନିର୍ବାପକ ଯାନ୍ତ୍ର ନିକଟରେ କୌଣସି ଯାତ୍ରୀ ନିଜର ସାମାନ ରଖିଦେଇଥିଲେ। ଫଳେରେ କୌଣସି ପ୍ରକାରରେ ଗ୍ୟାସ ନିର୍ଗତ ହୋଇଥିଲା। ତେଣୁ ଶଦ୍ଦ ବାହାରିଥିଲା। ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ଅଧଘଣ୍ଟା ପରେ ୧୦ଟା ୩୩ରେ ଟ୍ରେନ୍ଟି ଛାଡ଼ିଥିଲା।