କରୋନା ସଂକ୍ରମଣ ବଢ଼ିବାରୁ ପୁଣି ରେଡ ଜୋନକୁ ଗଲା ଖୋର୍ଦ୍ଧା ଜିଲ୍ଲା
Khabar Odisha:Khordha-district-moved-back-to-the-Red-Zone-as-the-corona-infection-escalated
ଭୁବନେଶ୍ୱର, ଅକ୍ଟୋବର ୧୩(ଖବର ଓଡିଶା):

ପାର୍ବଣ ସମୟରେ ପୁଣି ବିପଦ ଘେରକୁ ଯାଇଛି ଖୋର୍ଦ୍ଧା ଜିଲ୍ଲା । ଯାହାଫଳରେ ରେଡ଼୍ ଜୋନ୍ ରେ ଖୋର୍ଦ୍ଧା ଥିବା ବେଳେ ଅଧିକ ବିପଦ ବଢିବାରେ ଲାଗୁଛି । ରାଜ୍ୟରେ କାଲି ୫୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟାରେ ବୃଦ୍ଧି ଘଟି ଆଜି ପୁଣି ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଡ଼ିଏମଇଟି ସିବକେ ମହାନ୍ତି ସୁଚନା ଦେଇଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର କମୁଛି । ତେବେ ଏପରି ସ୍ଥଳରେ ଆମକୁ ଅଧିକ ସତର୍କ ରହି ଚଳିବା ପାଇଁ କୁହାଯାଇଥିଲା ।ଏପରି ଆର ବର୍ଷ ମଧ୍ୟ ଦୁର୍ଗା ପୁଜା ପାଳନ କରାଯାଇପାରିବ ହେଲେ ପ୍ରଥମେ ଆମକୁ ଆମ ଜୀବନକୁ ଗୁୁରୁତ୍ୱ ଦେବାପାଇଁ କୁହାଯାଇଥିଲା ।

କଟକ ଓ ଭୁବନେଶ୍ୱରକୁ ଅଧିକ ଲୋକ ଯିବାଆସିବା କରୁଛନ୍ତି। ଫଳରେ ସଂକ୍ରମଣ ହାର ଦିନକୁ ଦିନ ବଢ଼ୁଛି। ଏବେ ଦୈନିକ ସଂକ୍ରମଣ ୪ ଶହରୁ ବଢ଼ି ୬ ଶହରେ ରହୁଛି। ଏହା ନିହାତି ଭାବେ ଚିନ୍ତା ଜନକ ବିଷୟ । ଭୁବନେଶ୍ୱରରେ ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।

ବର୍ତ୍ତମାନ ରାଜଧାନୀରେ ୩୬୩୬ସକ୍ରିୟ ସଂକ୍ରମିତ ରହିଛନ୍ତି । ପଜିଟିଭ୍ ରେଟ୍, ଆକ୍ଟିଭ୍ କେସକୁ ଦେଖି ଆମେ ରେଡ୍ ଜୋନ୍ କରୁଛୁ ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ । ସଚେତନ ରହିଲେ ହିଁ ଆମେ ସଂକ୍ରମଣକୁ ରୋକି ପାରିବା ବୋଲି ଡ଼ିଏମଇଟି ନିର୍ଦ୍ଦେଶକ କହିଛନ୍ତି ।

  • Tags:

Subscribe

National International State Sports Entertainment