ନୂଆଦିଲ୍ଲୀ: କର୍ଣ୍ଣାଟକର ବାଗଲକୋଟରେ ଏକ ବିରଳ ଶିଶୁ ଜନ୍ମଗ୍ରହଣ କରିଛି। ରବକଭି ବନହଟ୍ଟୀ ସହରରେ ଏକ ନବଜାତ ଶିଶୁର ୨୫ଟି ଆଙ୍ଗୁଠି ରହିଛି। ଏଥିରୁ ହାତରେ ୧୩ଟି ଥିବା ବେଳେ ଗୋଡ଼ରେ ୧୨ଟି ଅଛି। ଏହି ଶିଶୁର ଜନ୍ମ ସହରର ଏକ ଘରୋଇ ଡାକ୍ତରଖନାରେ ହୋଇଛି।
ନବଜାତର ୨୫ଟି ଆଙ୍ଗୁଠି ଦେଖି ଡାକ୍ତର, ମେଡିକାଲ ଷ୍ଟାଫ, ସଂପର୍କୀୟ ଚକିତ ହୋଇଯାଇଛନ୍ତି। ନବଜାତର ଦୁଇଟି ଗୋଡ଼ରେ ୧୨ଟି ଆଙ୍ଗୁଠି (ଉଭୟ ପାଦରେ ୬ଟି ଲେଖାଏଁ) ରହିଛି। କିନ୍ତୁ ୨ ହାତରେ ୧୩ଟି ଆଙ୍ଗୁଠି ରହିଛି। ଏଥିରୁ ହାହାଣ ହାତରେ ୬ ଓ ବାମ ହାତରେ ୭ ସାମିଲ।
ସୂଚନାଯୋଗ୍ୟ, କୋନ୍ନରର ଭାରତୀ ନାମରେ ଜଣେ ମହିଳା ୨୫ଟି ଆଙ୍ଗୁଠି ଥିବା ଶିଶୁଙ୍କୁ ଜନ୍ମଦେଇଛନ୍ତି। ଶିଶୁଟି ଜନ୍ମ ହେବା ମାତ୍ରେ ପରିବାର ଲୋକେ ବହୁତ ଖୁସି ଅନୁଭବ କରିଥିଲେ। କାରଣ ତାଙ୍କର ଜୀବନରେ ନୂଆ ଜଣେ ସଦସ୍ୟ ଆସିଛନ୍ତି।
ଉଲ୍ଲେଖନୀୟ ଯେ, ୨୦୨୩ରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁସାରେ ରାଜସ୍ଥାନର ଡିଗ ଜିଲ୍ଲାରେ ଏକ ଶିଶୁ ଜନ୍ମ ହୋଇଥିଲା, ଯାହାର ଦୁଇ ହାତ ଓ ପାଦରେ ମୋଟ ୨୬ଟି ଆଙ୍ଗୁଠି ଥିଲା। ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ଏହି ସୂଚନା ଦେଇଥିଲେ।