ନାବାଳିକା ଦୁଷ୍କର୍ମୀକୁ ୧୦ ବର୍ଷ ଜେଲ ଦଣ୍ଡ ଦେଲେ ପୋକ୍ସୋ କୋର୍ଟ
Khabar Odisha:Jeypore-Pocso-court-sentenced-10-year-prison-in-Nandapur-Juvenile-Court

ଜୟପୁର, ଡିସେମ୍ବର ୪(ଖବର ଓଡ଼ିଶା): ୨୦୧୨ ବହୁ ଚର୍ଚ୍ଚିତ ଜୟପୁର ନନ୍ଦପୁର ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଦୀର୍ଘ ୯ ବର୍ଷ ପରେ ଏହି ମାମଲାର ଆଜି ଶୁଣାଣୀ କରାଯାଇଛି ଓ ଦୋଷୀକୁ ଦଣ୍ଡ ଦିଆଯାଇଛି ।

ଏହି ମାମଲାରେ ଦାଷୀ ସାବ୍ୟସ୍ତ ହୋଇଥିବା ଲକ୍ଷ୍ମଣ ପାଙ୍ଗିକୁ ଆଜି ଜୟପୁର ପୋକ୍ସୋ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡ ସହିତ ୨୧ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି ।

ଅନ୍ୟପଟେ ପୀଡିତାଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  • Tags:

Subscribe

National International State Sports Entertainment