ମହଙ୍ଗା ପଡିଲା ୬ ହଜାର ଟଙ୍କା ଲାଞ୍ଚ ନେବା, ଯୋଜନା ମୁତାବକ କାବୁ କଲା ଭିଜିଲାନ୍ସ ଟିମ୍‌
Khabar Odisha:It-was-expensive-to-take-a-bribe-of-6-thousand-rupees-the-vigilance-team-captured-it-according-to-the-plan
ଗଞ୍ଜାମ, ନଭେମ୍ବର 22(ଖବର ଓଡ଼ିଶା)

ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଭିଜିଲାନ୍ସ ଧରିଛି। ୬ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ରାଜସ୍ୱ ସହାୟକ । କାବୁ କଲା ଭିଜିଲାନ୍ସ ଟିମ୍‌। କୋଦଳା ତହସିଲ ଅନ୍ତର୍ଗତ ବି ନୂଆଗାଁର ଦଣ୍ଡପାଣି ସାହୁଙ୍କ ଠାରୁ ଘରବାଡ଼ି ପଟ୍ଟା କରାଇବାକୁ ସମ୍ପୃକ୍ତ ରାଜସ୍ୱ ସହାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛି।ପୂର୍ବରୁ ଏନେଇ ଭିଜିଲାନ୍ସ ବିଭାଗରେ ଦଣ୍ଡପାଣି ଅଭିଯୋଗ କରିଥିଲେ । ପରେ ଯୋଜନା ଅନୁସାରେ, ସଞ୍ଜୟଙ୍କୁ କୋଦଳାର ଏକ ହୋଟେଲରେ ଦଣ୍ଡପାଣି ଟଙ୍କା ଦେବାକୁ ଡାକିଥିଲେ। ସଞ୍ଜୟ ୬ ହଜାର ଟଙ୍କା ସହ ବାଦାମ୍ ଓ ମୁଗ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। 

  • Tags:

Subscribe

National International State Sports Entertainment