ମହଙ୍ଗା ପଡିଲା ଦାଣ୍ଡିଆ ନାଇଟ୍ ଆୟୋଜନ, ଭୁବନେଶ୍ୱରରେ ସିଲ୍ ହେଲା ହୋଟେଲ୍‌
Khabar Odisha:It-was-expensive-to-host-Dandiya-Night-and-the-hotel-was-sealed-in-Bhubaneswar
ଭୁବନେଶ୍ୱର, ଅକ୍ଟୋବର ୧୩(ଖବର ଓଡିଶା):

ମହଙ୍ଗା ପଡିଲା ପାର୍ବଣ ବେଳେ ଦାଣ୍ଡିଆ ନାଇଟ୍ ଆୟୋଜନ । ଭୁବନେଶ୍ୱର ସ୍ଥିତ ନିକୋପାର୍କ ଛକରେ ଥିବା ୯ଷ୍ଟ୍ରିଟ ହୋଟେଲକୁ ସିଲ୍ ହୋଇଛି । ବିଏମସି ପକ୍ଷରୁ ଏହି ହୋଟେଲକୁ ସିଲ୍ କରାଯାଇଛି । 

ଦାଣ୍ଡିଆ ମ୍ୟୁଜିକ୍ ଆୟୋଜନ ପାଇଁ ବିଏମସି ଠାରୁ ଅନୁମତି ନିଆଯାଇନଥିଲା । ୧୩ ଏବଂ ୧୪ ତାରିଖ ଦୁଇ ଦିନ ଦାଣ୍ଡିଆ ନାଇଟ୍ ଆୟୋଜନ ନେଇ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାଯାଇଥିଲା । ତେବେ ଏନେଇ ବିଏମସି ସୂଚନା ପାଇଥିଲା । 

ଏହାସହିତ ବିଏମସି ପକ୍ଷରୁ ଚଢଉ କରାଯାଇଥିଲା । ହୋଟେଲକୁ ବିଏମସି ପକ୍ଷରୁ ୯ଷ୍ଟ୍ରିଟ ହୋଟେଲକୁ ସିଲ୍ କରାଯାଇଛି । ତେବେ ପାର୍ବଣ ସମୟରେ ଭିଡକୁ ରୋକିବା ପାଇଁ ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଅକ୍ଟୋବର ୧୧ ରୁ ୨୦ ତାରିଖ ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।

  • Tags:

Subscribe

National International State Sports Entertainment