୫୧ ଦିନ ହେଲା ଧାରଣାରେ ଦୀପିକା, ମହିଳା କମିଶନଙ୍କ ପାଖରେ ହାଜର ହୋଇଥିଲେ ମଧ୍ୟ ମିଳୁନି କିଛି ସୁଫଳ
Khabar Odisha:It-has-been-51-days-since-Deepika-and-Mahil-appeared-before-the-Commission-but-nothing-came-of-it
ବ୍ରହ୍ମପୁର, ସେପ୍ଟେମ୍ବର ୨୨(ଖବର ଓଡିଶା):

ଦିନେଶଙ୍କ ଘର ଆଗରେ ଗତ ୫୧ ଦିନ ହେଲା ଧାରଣା ଦେଇଛନ୍ତି ପ୍ରେମିକା ଦୀପିକା। ହେଲେ ନ୍ୟାୟ ମିଳିବାରେ ବିଳମ୍ୱ ହେଉଛି। ମହିଳା କମିଶନଙ୍କ ପାଖରେ ହାଜର ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନି।

ସେପଟେ ଛୁଆକୁ ବାପାର ପରିଚୟ ଓ ସ୍ତ୍ରୀକୁ ସ୍ବାମୀର ଅଧିକାର ନ୍ଯାୟ ପାଇଁ ସେ ଗତ ୫୧ ଦିନ ହେଲାଣି ବ୍ରହ୍ମପୁର ଦିନେଶଙ୍କ ଘର ଆଗରେ ଧାରଣାରେ ଦେଇଛନ୍ତି। ଏବେ ଏହି ମାମଲା ବିଚାରାଧୀନ ରହିଛି।

ସେପଟେ ମହିଳା କମିଶନଙ୍କ  ପାଖରେ ଦୀପିକା ହାଜର ହୋଇ ଫେରିଥିବା ବେଳେ  ବର୍ତ୍ତମାନ ସୁଦ୍ଧା ଦିନେଶ ହାଜର ହୋଇ ନାହାନ୍ତି। ସମୟକ୍ରମେ ଦିନ ଗଡ଼ିବା ସହିତ ଦୀପିକାଙ୍କୁ ନ୍ୟାୟ ମିଳିବାରେ ଡେରି ହେଉଛି। ସବୁଜାଗାରେ ତାଙ୍କୁ ଅପମାନ ସହିବାକୁ ପଡ଼ୁଛି। ଆଉ ସହି ହେବନି। ଏଣିକି ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି ଦୀପିକ। 

  • Tags:

Subscribe

National International State Sports Entertainment