ଗାଜା ରେ ଥିବା ଅଲ ଜଜିରା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଗଣମାଧ୍ୟମ ବିଲ୍ଡି ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌
Khabar Odisha:Israel-air-strike-on-media-offices-in-Gaza-City-including-Al-Jazeera-Media-Network-and-The-Associated-Press-news-agency

ଇସ୍ରାଏଲ/ପାଲେଷ୍ଟାଇନ୍‌,ମେ୧୫(ଖବର ଓଡିଶା); ଇସ୍ରାଏଲର ଗାଜା ଷ୍ଟ୍ରିପ ଉପରେ ବୋମାମାଡ କ୍ରମାଗତ ଷଷ୍ଠ ଦିନରେ ପ୍ରବେଶ କରିଛି, ଯେଉଁଥିରେ ଏକ ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା ଯେଉଁଥିରେ ଅତି କମରେ ୧୦ ଜଣ ପାଲେଷ୍ଟାଇନୀୟ - ଆଠ ଜଣ ଶିଶୁ, ଦୁଇ ମହିଳା ପ୍ରାଣ ହରାଇଥିଲେ ଏବଂ ଅଲ ଜଜିରା ସମେତ ମିଡିଆ ସହିତ ଅନ୍ୟାନ୍ୟ ଆନ୍ତର୍ଜାତିୟ ଗଣମାଧ୍ୟମ ବିଲ୍ଡିଂ ମଧ୍ୟ ଧ୍ୱସଂ ହୋଇଯାଇଛି । 

ଏହି ବିଲ୍ଡିଂରେ ଅଲ ଜଜିରା ମିଡିଆ ନେଟୱାର୍କ ଏବଂ ଆସୋସିଏଟେଡ୍ ପ୍ରେସ ନ୍ୟୁଜ୍ ଏଜେନ୍ସି ସମେତ ଗାଜା ସହରର ଏକ ଉଚ୍ଚ ମହଲା ବିଶିଷ୍ଟ ଆବାସିକ ଆପାର୍ଟମେଣ୍ଟ ଏବଂ ମିଡିଆ କାର୍ଯ୍ୟାଳୟକୁ ଇସ୍ରାଏଲ୍ ମାଟିରେ ମିଶାଇ ଦେଇଛି । ⭕ LIVE footage of the moment an Israeli air raid bombed the offices of Al Jazeera and The Associated Press in Gaza City ⬇️

🔴 LIVE updates: https://t.co/RvtP1lEX1x pic.twitter.com/RBO1ZiDAl0

ଆଜି ଇସ୍ରାଏଲ ସେନା ଆସନ୍ତା ଘଣ୍ଟାକ ମଧ୍ୟରେ ଗାଜା ସହରରେ ଅଲ ଜଜିରା କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଗଣମାଧ୍ୟମ ଥିବା କୋଠା ଉପରେ ବୋମା ବିସ୍ଫୋରଣ କରିବ ବୋଲି ଇସ୍ରାଏଲ ଏକ ଚେତାବନୀ ଦେଇଥିଲା । ତେବେ ଠିକା ଏହାର ସୁଚନା ମୁତାବକ ନିର୍ଦେଶିତ ସମୟରେ ଏହି କୋଠାଟିକୁ ବିସ୍ପୋରଣ କରି ଦିଆଯାଇଥିଲା । 

ତେବେ ଲାଇଭ୍ ଭିଡିଓରେ ୧୧ ମହଲା ଅଲ-ଜାଲା ବିଲ୍ଡିଂ ରେକର୍ଡ ହୋଇଛି, ଯେଉଁଥିରେ ଅନ୍ୟାନ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି, ଧୂଳି ଏବଂ ଆବର୍ଜନା ବାୟୁରେ ଉଡ଼ିଯିବା ପରି ବୋମା ମାଡ଼ ହେବା ପରେ ଏହି କୋଠାଟି ମଧ୍ୟ ତଳେ ପଡ଼ିଯାଇଥିଲା । 

ଗତ ୬ ଦିନ ଧରି ଲାଗି ରହିଥିବା ଏହି ସଂଘର୍ସରେ ସୋମବାର ଠାରୁ ଏ ପର୍ଯ୍ୟନ୍ତ ଘାଜା ଅଞ୍ଚଳରେ ୩୯ ପିଲାଙ୍କ ସମେତ ଅତି କମରେ ୧୪୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୯୫୦ ଜଣ ଆହତ ହୋଇଛନ୍ତି। ଅଧିକୃତ ଗାଜାର ପଶଚିମ ଅଞ୍ଚଳରେ ଇସ୍ରାଏଲ୍ ସୈନ୍ୟମାନେ ଅତି କମରେ ୧୩ ଜଣ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରିଛନ୍ତି। ଇସ୍ରାଏଲ୍ ପୋଲିସ୍ ଏବଂ ପାଲେଷ୍ଟାଇନ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପୂର୍ବ ଜେରୁଜେଲମରେ ରାତି ପର‌୍ୟ୍ୟନ୍ତ ଜାରି ରହିଛି । ଏଥି ସହିତ ଏହି ସଘର୍ସରେ ଇସ୍ରାଏଲର ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । 

ହିଂସା ବୃଦ୍ଧି ପାଉଥିବାରୁ ଇସ୍ରାଏଲର ଆର୍ଟିଲିରିରୁ ରକ୍ଷା ପାଇବା ପାଇଁ ହଜାର ହଜାର ପାଲେଷ୍ଟାଇନ ପରିବାର ଉତ୍ତର ଗାଜାରେ ମିଳିତ ଜାତିସଂଘ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଜାତିସଂଘ କହିଛି ଯେ ଇସ୍ରାଏଲର ଆକ୍ରମଣ ମଧ୍ୟରେ ପ୍ରାୟ ୧୦,୦୦୦ ପାଲେଷ୍ଟାଇନୀୟ ଗାଜାରେ ନିଜ ଘର ଛାଡିଛନ୍ତି।

  • Tags:

Subscribe

National International State Sports Entertainment