ନାଇଜରରେ ବନ୍ଧୁକଧାରୀର ଗୁଳିରେ ୬ ଜଣ ଫ୍ରାନ୍ସ ନାଗରିକଙ୍କ ମୃତ୍ୟୁ
Khabar Odisha:International-In-Niger-a-gunmen-kill-6-french-nationals-in-a-wild-life-national-park

ନିଆମୀ (ନାଇଜର), ଅଗଷ୍ଟ ୧୦ (ଖବର ଓଡ଼ିଶା): ନାଇଜରରେ ଜଣେ ବନ୍ଧୁକଧାରୀ ଗୁଳିରେ ୬ ଜଣ ଫ୍ରାନ୍ସ ନାଗରିକଙ୍କର ମୃତ୍ୟୁ ହୋଇଛି । ନାଇଜରର ରାଜଧାନୀ ନିଆମୀ ଠାରୁ ୬୫ କିଲୋମିଟର ଦୂର କୌର ନିକଟସ୍ଥ ଏକ ବନ୍ୟପ୍ରାଣୀ ଉଦ୍ୟନରେ ଏହି ଗୁଳିକାଣ୍ଡ ଘଟିଛି । ଫ୍ରାନ୍ସ ନାଗରିକମାନେ ଏକ ଅନ୍ତର୍ଜାତୀୟ ଆଡ ଗ୍ରୁପରେ କାମ କରୁଥିଲେ । ଆକ୍ଟଡେଡ ଗ୍ରୁପ ମୃତକଙ୍କ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସ୍ପଷ୍ଟ କରିଛି ଯେ, ୬ ଜଣ ଫ୍ରାନ୍ସ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏବାବଦରେ ନାଇଜର ରାଷ୍ଟ୍ରପତି ମହମ୍ମଦ ଇସୋଫୁଲ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment