ଭାରତ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ, ଆଫଗାନିସ୍ତାନ ଉପରାଷ୍ଟ୍ରପତି ସେୟାର କଲେ ଫଟୋ
Khabar Odisha:International-Afghanistan-Vice-President-Amrullah-Saleh-shares-picture-of-1971-pak-army-surrender

କାନ୍ଦାହାର, ଜୁଲାଇ ୨୨ (ଖବର ଓଡ଼ିଶା): ତାଲିବାନର ସମର୍ଥନ କରୁଥିବା ପାକିସ୍ତାନ ଉପରେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ କଟାକ୍ଷ କରିଛନ୍ତି, ଯାହାକୁ ଦେଖି ପାକିସ୍ତାନୀ ନାଗରିକଙ୍କୁ କିଛି ଦିନ ପର୍ଯ୍ୟନ୍ତ ନିଦ ଆସିବ ନାହିଁ । ସାଲେହ ପାକିସ୍ତାନୀ ସେନାର ଭାରତୀୟ ସେନା ସମ୍ମୁଖରେ ଆତ୍ମସମର୍ପଣ କରଥିବା ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ଆମର ଇତିହାସରେ କେବେବି ଏଭଳି ଫଟୋ ନାହିଁ କି ହେବ ନାହିଁ । ସୂଚନାଯୋଗ୍ୟ, ପାକିସ୍ତାନ ପୁରା ଉଦ୍ୟମ କରୁଛି ଯେ, ଆଫଗାନିସ୍ତାନ ପୂର୍ବଭଳି ସ୍ଥିତିରେ ପହଂଚିଯାଉ । ଏଥିପାଇଁ ତାଲିବାନକୁ ପାକିସ୍ତାନ ସମର୍ଥନ କରୁଛି । 

ଆଫଗାନିସ୍ତାନ ଉପରାଷ୍ଟ୍ରପତି ଫଟୋ ସେୟାର କରି ଟୁଇଟରେ ଲେଖିଛନ୍ତି ଯେ, ଆମର ଇତିହାସରେ କେବେ ଏଭଳି ଫଟୋ ନାହିଁ କି ହେବ ନାହିଁ । ଆମର ଆକାଶରେ ଯେତେବେଳେ ରକେଟ ଖସିପଡ଼ିଥିଲା ମୁଁ ଚିନ୍ତାରେ ପଡ଼ିଯାଇଥିଲି । ସାଲେହ ଯେଉଁ ଫଟୋ ସେୟାର କରିଛନ୍ତି, ଏହା ୧୯୭୧ ମସିହାରେ ପାକିସ୍ତାନକୁ ଭାରତ ହାତରେ ମିଳିଥିବା ପରାଜୟର ଫଟୋ । ଭାରତକୁ ସମ୍ମୁଖୀନ ହୋଇ ନପାରି ପାକିସ୍ତାନ ଶେଷରେ ଆତ୍ମସମର୍ପଣ କରିଥିଲା । 

 

  • Tags:

Subscribe

National International State Sports Entertainment