ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଟି-୨୦ ବିଶ୍ବକପ୍-୨୦୨୪ରେ ଭଲ ପ୍ରଦର୍ଶନ ଜାରି ରଖିଛି। ଟିମ୍ ଏପର୍ଯ୍ୟନ୍ତ ଚଳିତ ଟୁର୍ଣ୍ଣାମେଣ୍ଟର ଗୋଟିଏ ମଧ୍ୟ ମ୍ୟାଚ ହାରି ନାହିଁ। ଭାରତୀୟ ଟିମ୍ ସୁପର-୮ରେ କ୍ରମାଗତ ୨ଟି ମ୍ୟାଚରେ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ଏକପ୍ରକାର ସୁନିଶ୍ଚିତ କରିଛି। ଭାରତୀୟ ଟିମ୍ ସୁପର-୮ରେ ଗତ ୨୦ ତାରିଖରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ପୁଣି ବାଂଲାଦେଶକୁ ଶନିବାର ୫୦ ରନ୍ରେ ପରାସ୍ତ କରିଛି। ଏବେ ଏହି ପର୍ଯ୍ୟାୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି (ଜୁନ ୨୪) ମୁକାବିଲା ହେବ। ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତ ନିଜର ସମସ୍ତ ପ୍ରକାରର ରଣନୀତିକୁ ବ୍ୟବହାର କରିବ।
ଭାରତୀୟ ଟିମ ଯଦିଓ ସେମିଫାଇନାଲରେ ନିଜର ସ୍ଥାନ ଏକପ୍ରକାରର ସୁନିଶ୍ଚିତ କରିସାରିଛି, ତଥାପି ନିଜର ଶେଷ ମୁକାବିଲାକୁ ଜିତିବା ଜରୁରୀ ଅଛି। ରୋହିତ ବ୍ରିଗେଡକୁ ଶେଷ ମ୍ୟାଚରେ ଜିତି ଫାଇନାଲରେ ନିଜର ସ୍ଥାନ ସୁନିଶ୍ଚିତ କରିବାକୁ ପଡ଼ିବ। ଏଠାରେ ପାଠକଙ୍କୁ ଦ୍ବନ୍ଦ୍ବ ଲାଗୁଥାଇ ପାରେ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚରେ ବିଜୟ ଓ ଫାଇନାଲର କ’ଣ ସଂଯୋଗ ରହିଛି? ଏହାର ସଂକ୍ଷିପ୍ତ ଉତ୍ତର ହେଲା ଭାରତୀୟ ଟିମ୍ ନିଜର ଶେଷ ମ୍ୟାଚ ଜିତିଲେ, ନିଜ ଗ୍ରୁପରେ ଶୀର୍ଷ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିବ।
ଏଥି ସହିତ ଭାରତୀୟ ଟିମ୍କୁ ନିଜର ସେମିଫାଇନାଲ ମୁକାବିଲା ଜୁନ ୨୭ରେ ଗୁଏନା ମେ ଖେଳିବାର ଅଛି। ଅନ୍ୟପଟରେ ଜୁନ ୨୭ରେ ସେଠାରେ ବର୍ଷା ହେବାର ଆଶଙ୍କା ରହିଛି। ଏମିତିରେ ଭାରତୀୟ ଟିମ୍ର ସେମିଫାଇନାଲ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇପାରେ। ଯଦି ଏମିତି ହୁଏ, ତା’ହେଲେ ନିଜ ଗ୍ରୁପ ଷ୍ଟେଜରେ ଶୀର୍ଷ ସ୍ଥାନରେ ଥିବା ଟିମ୍କୁ ଲାଭ ପହଞ୍ଚିବ ଏବଂ ଫାଇନାଲରେ ପହଞ୍ଚିବା ପାଇଁ ଅତି ସହଜ ହେବ। ଚଳିତ ବିଶ୍ବକପରେ ଅନ୍ୟ ଏକ ଦ୍ବନ୍ଦ୍ବ ରହିଛି ଯେ, ଦ୍ବିତୀୟ ସେମିଫାଇନାଲ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୌଣସି ରିଜର୍ଭ ଦିନ ରଖିନାହିଁ। କିନ୍ତୁ ପ୍ରଥମ ସେମିଫାଇନାଲ ପାଇଁ ରିଜର୍ଭ-ଡେ ରଖାଯାଇଛି। ଯଦି ଦ୍ବିତୀୟ ସେମିଫାଇନାଲରେ ବର୍ଷା ହେବ, ଏହି ମୁକାବିଲା ପାଇଁ ରିଜର୍ଭ-ଡେ ସ୍ଥାନରେ ୪ ଘଣ୍ଟା ୧୦ ମିନିର ଅତିରିକ୍ତ ସମୟ ମିଳିବ। ଏହାର ଅର୍ଥ ସେହିଦିନ ହିଁ ମ୍ୟାଚ ଶେଷ କରିବାକୁ ପଡ଼ିବ।
ଭାରତୀୟ ଟିମ୍ ଯଦି ନିଜ ଗ୍ରୁପରେ ଶୀର୍ଷ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିବ, ଗ୍ରୁପ-୨ର ଦ୍ବିତୀୟ ସ୍ଥାନରେ ଥିବା ଟିମକୁ ଭେଟିବ। ଦ୍ବିତୀୟ ଗ୍ରୁପରୁ ଏବେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଏହି ଦୌଡ଼ରେ ଅଛନ୍ତି। ଆମେରିକା ଦୌଡ଼ରୁ ବାହାରି ସାରିଛି।
ସୂଚନାଯୋଗ୍ୟ, ଟି-୨୦ ବିଶ୍ବକପ୍-୨୦୨୪ର ୪୭ତମ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଶନିବାର ଆଣ୍ଟିଗୁଆରେ ଖେଳାଯାଇଥିଲା। ବାଂଲାଦେଶ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ୫ଟି ୱିକେଟ୍ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୮ଟି ୱିକେଟ୍ ହରାଇ ୧୪୬ ରନ୍ରେ ଅଟକି ଯାଇଥିଲା।