ଅହମଦାବାଦ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଠାରୁ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଉତ୍ସାହର ସହିତ ଆରମ୍ଭ ହୋଇଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ୧୦ ମାସ ପରେ ଘରୋଇ ଦଳରେ ଏକ ଟେଷ୍ଟ ମ୍ୟାଚ୍ ଖେଳୁଛି। ୱେଷ୍ଟଇଣ୍ଡିଜ ୯ ଓଭର ଖେଳ ସମାପ୍ତି ପରେ ୨ଟି ମୂଲ୍ୟବାନ ୱିକେଟ ହରାଇ ୩୪ ରନ୍ ସଂଗ୍ରହ କରିଛି।
ୱେଷ୍ଟଇଣ୍ଡିଜର ଦୁଇ ପ୍ରାରମ୍ଭିକ ବ୍ୟାଟର ଆଉଟ୍ ହୋଇସାରିଛନ୍ତି। ଦଳୀୟ ସ୍କୋର ୨୦ ରନ୍ରେ ଅତିଥି ଦଳ ଟାଗେନାରିନ୍ ଚନ୍ଦ୍ରପଲ ଓ ଜନ କ୍ୟାମ୍ପବେଲ (୮) ଆଉଟ୍ ହୋଇଛନ୍ତି। ଟାଗେନାରିନ୍ ଚନ୍ଦ୍ରପଲଙ୍କୁ ମହମ୍ମଦ ସିରାଜ ଓ ଜନ କ୍ୟାମ୍ପବେଲଙ୍କୁ ଜସପ୍ରୀତ ବୁମରା ପାଭିଲିଅନକୁ ପଠାଇଛନ୍ତି।
ଭାରତୀୟ ଟିମ୍: ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ୍ (ଉଇକେଟକିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ମହମ୍ମଦ ସିରାଜ।
ୱେଷ୍ଟଇଣ୍ଡିଜ୍ ଟିମ: ଟାଗେନାରିନ୍ ଚନ୍ଦ୍ରପଲ, ଜନ୍ କ୍ୟାମ୍ପବେଲ୍, ଆଲିକ୍ ଆଥାନାସେ, ବ୍ରାଣ୍ଡନ୍ କିଙ୍ଗ, ଶାଇ ହୋପ୍ (ଉଇକେଟ କିପର), ରୋଷ୍ଟନ୍ ଚେଜ୍ (ଅଧିନାୟକ), ଜଷ୍ଟିନ୍ ଗ୍ରିଭ୍ସ, ଜୋମେଲ୍ ୱାରିକାନ୍, ଖାରି ପିଏରେ, ଜୋହାନ୍ ଲାଇନ୍, ଜୟଡେନ୍ ସିଲ୍ସ।
ଅଧିକ ପଢ଼ନ୍ତୁ: ଦେଶକୁ ସୁରକ୍ଷା ଦେବାରେ ସଜାଗ ଏବଂ ସକ୍ଷମ ରହିବାକୁ ପଡିବ