ମୁମ୍ବାଇ: ଆଇଆଇଟି ବମ୍ବେ ରାମାୟଣ ଉପରେ କଥିତ ଭାବେ ଆପତ୍ତିଜନକ ଅଭିନୟ କରିବା ଅଭିଯୋଗରେ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ଗତ ମାର୍ଚ୍ଚ ୩୧ରେ ଆଇଆଇଟି ବମ୍ବେର ବାର୍ଷିକ ଆର୍ଟ ଫେଷ୍ଟିଭାଲରେ ଏହି ନାଟକର ଅଭିନୟ କରାଯାଇଥିଲା।
ଆଇଆଇଟି ବମ୍ବେର ଛାତ୍ରଛାତ୍ରୀମାନେ ‘ରାହୋବନ’ ନାମକ ଏକ ନାଟକରେ ଅଭିନୟ କରିଥିଲେ। ଏହି ନାଟକକୁ ନେଇ କିଛି ଅଭିଯୋଗ ମଧ୍ୟ ମିଳିଥିଲା। ଅଭିଯୋଗ ଥିଲା ଯେ, ନାକଟରେ ରାମ ଓ ସୀତା ଅଭିନୟକୁ ଆପତ୍ତିଜନକ ଭାବେ ଉପସ୍ଥାପନ କରାଯାଇଥିଲା। ମାତ୍ର ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଥିବା ଲୋକେ କହିଥିଲେ ଯେ, ଏହା ପ୍ରଗତିଶୀଳ ଥିଲା।
ଏହି ନାଟକକୁ ନେଇ କରାଯାଇଥିବା ଅଭିଯୋଗରେ କୁହାଯାଇଥିଲା ଯେ, ଏହିଭଳି ଅଭିନୟ ଦ୍ବାରା ଆମ ସଂସ୍କୃତି ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି। ଏହି ଅଭିଯୋଗ ପରେ ଗତ ମେ’ ମାସ ୮ ତାରିଖ ଦିନ ଅନୁଶାସନାତ୍ମକ କମିଟି ଡକାଯାଇଥିଲା। ଯେଉଁ ଛାତ୍ରଛାତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ସେମାନଙ୍କୁ ମଧ୍ୟ ବୈଠକରେ ଆସିବାକୁ କୁହାଯାଇଥିଲା। ଏହି ବୈଠକରେ ଆଲୋଚନା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଆଧାରରେ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ୧.୨ ଲକ୍ଷ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବକୁ କୁହାଯାଇଥିଲା।