ଇଟାନଗର: ଆଇଏଫ୍ଏସ୍ ଅଧିକାରୀ ପ୍ରବୀଣ କାସୱାନ ସାମାଜିକ ଗଣମାଧ୍ୟମରେ ଏକ ଦୁର୍ଲଭ ପ୍ରାଣୀର ଫଟୋ ସେୟାର କରିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ସେ ନିଜର ସାମାଜିକ ଗଣମାଧ୍ୟମ ସାଇଟ୍ରେ ଦୁର୍ଲଭ ପ୍ରାଣୀ ସ୍ପଟେଡ ଲିନସାଙ୍ଗର ଫଟୋ ସେୟାର କରିଛନ୍ତି, ଯାହାକୁ ଅରୁଣାଚଳ ପ୍ରଦେଶର ପକ୍କେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହା ଏକ ମାଂସାହାରୀ ପ୍ରାଣୀ ଏବଂ ସ୍ତନ୍ୟପାୟୀ ପ୍ରାଣୀ, ଯାହାକି ଗଛ ଉପରେ ଅତିବାହିତ କରିଥାଏ।
ଏହି ପୋଷ୍ଟକୁ ପ୍ରବୀଣ କାସୱାନ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ‘ଏକ୍ସ’ରେ ସେୟାର କରିଛନ୍ତି। ଏଥିରେ ସ୍ପଟିଙ୍ଗ ଲିନସାଙ୍ଗକୁ ପତ୍ର ଭିତରେ ଲୁଚି ରହିଥିବା ଦେଖିବାକୁ ମିଳିବ। ଏହି ପ୍ରାଣୀର ସମ୍ମୁଖ ଭାଗ ବିଲେଇ ଭଳି ଦେଖାଯାଉଛି। ଏହାର ଚମଡ଼ା ହଳଦିଆ ରଂଗର ହୋଇଥାଏ, ଯେଉଁଥିରେ କଲରାପତରିଆ ଭଳି ଚିତ୍ରିତ ଦେଖାଯାଇଥାଏ। ଲିନସାଙ୍ଗ ଏକ ରାତ୍ରିଚର ପ୍ରାଣୀ, ଯିଏକ ସାପ ଓ ବେଙ୍ଗ ଖାଇଥାଏ।
ପ୍ରବୀଣ କାସୱା ଏହି ଫଟୋ ସହିତ ଲେଖିଛନ୍ତି, ଭାରତରେ ଏବେ ବହୁପ୍ରକାରର ଜୀବଜନ୍ତୁ ବିଷୟରେ ଜାଣିବାର ଅଛି। ପକ୍କେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ସ୍ପଟେଡ ଲିନସାଙ୍ଗର ପ୍ରଥମ ଫଟୋ ରଖଶଯାଇଛି, ଯାହାକି ଗଛ ଉପରେ ରହୁଥିବା ଏକ ମାଂସାହାରୀ ପ୍ରାଣୀ। ଏହି ଫଟୋକୁ ପୋଷ୍ଟ କରାଯିବା ପରେ ହଜାର ହଜାର ଲୋକ ଦେଖିଛନ୍ତି। ଅନେକ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି।