ପଣ୍ଡ ହେଲା ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର , କାଲିମେଳାରୁ ବିପୁଳ ବିସ୍ଫୋରକ ଜବତ
Khabar Odisha:Huge-detoneter-found-from-Malkangiri
ମାଲକାନଗିରି, ଜାନୁଆରୀ 22 (ଖବର ଓଡିଶା) :

ମାଲକାନଗିରି କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ପଣ୍ଡ  । ମାରିଗେଟା ଅଞ୍ଚଳରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି ।

କାଲିମେଳା ଅଞ୍ଚଳରେ ମାରିଗେଟାରେ ଥିବା ୭୬ ବିଏସ୍ଏଫ୍‌ ବାଟାଲିଅନର ଯବାନମାନେ କମ୍ବିଂ ଅପରେସନ ସମୟରେ ବିସ୍ଫୋରକ ଠାବ କରିଥିଲେ । ମାଟି ତଳୁ ଜିଲେଟିନ ଷ୍ଟିକ୍‌, ଡିଟୋନେଟର, ବିଦ୍ୟୁତ ତାର ସହ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯବାନଙ୍କୁ ଟାର୍ଗେଟ କରି ପାହାଡ଼ ଖୋଲରେ ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରକ ଜବତ ଏକ ବଡ ଅସୁବିଧାରୁ ରକ୍ଷା କରିଛି ବୋଲି କୁହାଯାଉଛି 

 

  • Tags:

Subscribe

National International State Sports Entertainment