ରାଜ୍ୟରେ ଆଗାମୀ ଦୁଇ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ପାଗରେ କୌଣସି ବଡ଼ ପରିବର୍ତ୍ତନ ଆସିବ ନାହିଁ। ଦିନ ତମାମା ରାଜ୍ୟରେ ଏବେ ପାଗ ଖରାଟିଆ ରହୁଛି। ସଂନ୍ଧ୍ୟା ସମୟରେ ସାମାନ୍ୟ ଶୀତ ଅନୁଭୁତ ହେଉଛି। ୨୧,୨୨ ଏବଂ ୨୩ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଅନୁଭୁତ ହୋଇପାରେ। ଆଗାମୀ ୨୪ ଘଣ୍ଟାରେ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି । ଏଥିପାଇଁ ଏହି ୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ହଳଦିଆ ଚେତାବନୀ ଜାରି କରାଯାଇଛି।
ତେବେ ୨୧ ତାରିଖ ବେଳକୁ ଉତ୍ତର–ଉପକୂଳ ଓଡି଼ଶା କେଉଁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଅନୁଭୁତ ହୋଇପାରେ। ସେହିପରି ୨୨ ତାରିଖରେ ବରଗଡ , ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ହାଲୁକାର ମଧ୍ୟ ଧରଣର ବର୍ଷା ଅନୁଭୁତ ହୋଇପାରେ।
୨୩ ତାରିଖ ବେଳକୁ ବର୍ଷାର ବିସ୍ତାର ବଢିବା ସହିତ ରାଜ୍ୟର ସମସ୍ତ ଜିଲ୍ଲାକୁ କବଳିତ କରିବ। ଏହି ସମୟରେ କେଉଁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।