ମାଲକାନଗିରି, ଜାନୁଆରୀ 13 (ଖବର ଓଡିଶା)
ମାଲକାନଗିରିରେ ଯବାନଙ୍କୁ ମିଳିଛି ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟ ରେ ଜଣେ ମାଓ କମାଣ୍ଡର ନିହତ ହୋଇଛିବା ସୂଚନା ମିଳିଛି ।
ଆଜି ସକାଳୁ ଛତିଶଗଡ଼ର କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକିପାଲ ଓ ମାର୍ଜୁମ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଗୁଳିବିନିମୟ ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ମୃତ ମାଓବାଦୀର ମୃତଦେହ ଉଦ୍ଧାର କରାଯାଇଛି । ଏହି ମାଓବାଦୀ ଜଣଙ୍କ ହେଉଛି ହାର୍ଡକୋର ମାଓ କମାଣ୍ଡର ହିଡ଼ମା ମୁଚକି । ହିଡ଼ମା ନାମରେ 5 ଲକ୍ଷ ର ପୁରସ୍କାର ଥିବା ଜଣାପଡିଛି । ଘଟଣା ସ୍ଥଳରୁ ଗୋଟିଏ 9 ଏମଏମ ପିସ୍ତଲ ମଧ୍ୟ ଜବତ ହୋଇଛି ।