ସରକାର କାମ କରିଥିଲେ ମୋ ପୁଅ ଭାସି ଯାଇ ନାଥାନ୍ତା,ଏପର୍ଯ୍ୟନ୍ତ ମିଳୁନି ନିଖୋଜ ଛାତ୍ରଙ୍କ ପତ୍ତା
Khabar Odisha:Had-the-government-worked-my-son-would-not-have-been-swept-away-and-the-whereabouts-of-the-missing-student-have-not-yet-been-found

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଖବର ଓଡିଶା): ସରକାର ଦେଖୁ ନାହାନ୍ତି କେଉଁଠି କି କାମ ହେଉଛି । ଯେତେ ଲେଖିକି ଦେଲେ ମଧ୍ୟ ସରକାର କୌନସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ରୋଡ କାମ ହୋଇଥିଲେ ମୋ ପୁଆ ଭାସି ନଥାନ୍ତା ଅଧପନ୍ତରିଆ ନାଳରେ । ଆଜି ମଧ୍ୟାନ୍ନରେ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ପ୍ରବଳ ବର୍ଷାରେ ଶିରିପୁର ଶତାଦ୍ଧୀନଗର ବ୍ୟାଙ୍କ କଲୋନୀରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଭିତରେ ଫସି ଖୋଲା ଡ୍ରେନ୍‌ରେ ଭାସି ଯାଇ ଜଣେ ୧୫ ବର୍ଷୀୟ ଛାତ୍ର ନିଖୋଜ ହୋଇଯିବା ପରେ ତାଙ୍କର ‘ମା’ ସରକାରଙ୍କ ଉପରେ ଏହି ଆରୋପ ଲଗାଇଛନ୍ତି । ନିଖୋଜ ଛାତ୍ର ବରମୁଣ୍ଡା ପାଲାମଣ୍ଡପ ସାହିର ବୋଲି ସୂଚନା ମିଳିଛି । 

ଖବର ମୁତାବକ ଟ୍ୟୁସନ ଯିବା ବାଟରେ ଭାସିଯାଇଥିଲେ ଛାତ୍ର ଜଣକ । ଏହା ପରେ ସୂଚନା ପାଇ ଅଗ୍ନଶମ ବାହିନୀ ଏବଂ ପୋଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋଣସି ଖୋଜ ଖବର ମିଳିପାରି ନାହିଁ । ରାଜଧାନୀରେ ବାରମ୍ବାର ବର୍ଷା ଜନିତ ଜଳବନ୍ଦୀ ସୃଷ୍ଟି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୋଣସି ଠୋସ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । 

ତେବେ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ ସିଷ୍ଟମ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଉଛି । ସ୍ଥାନୀୟ ଲୋକ ମାନଙ୍କ ସହେଯାଗରେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଦରକାର ପଡିଲେ ଜେସିବି ଆଣି ଉଦ୍ଧାର କାର୍ଯ୍ୟ କରାଯିବା ନେଇ ସୂଚନା ମିଳିଛି । ଛାତ୍ର ଜଣକ ଦିନ ୨ ଟାରେ ନିଖୋଜ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଭଲ ଖବର ଆସି ନାହିଁ

  • Tags:

Subscribe

National International State Sports Entertainment