ଜୟପୁର: ରାଜସ୍ଥାନର ଝାଲାୱାର ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁଁ ମନୋହରଥାନା ଅଞ୍ଚଳର ପିପ୍ଲୋଡି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା କୋଠାର ଛାତ ହଠାତ୍ ଭୁଶୁଡ଼ି ପଡ଼ିଛି। ସ୍କୁଲରେ ପଢ଼ୁଥିବା ଡଜନ ଡଜନ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଅଛନ୍ତି।
ସ୍ଥାନୀୟ ଗ୍ରାମବାସୀଙ୍କ ଅନୁଯାୟୀ ଘଟଣା ସମୟରେ ପଚାଶରୁ ଅଧିକ ଛାତ୍ର ଶ୍ରେଣୀରେ ଉପସ୍ଥିତ ଥିଲେ। ଛାତ ପଡ଼ିବା ମାତ୍ରେ ଏକ ଜୋରଦାର ଶବ୍ଦ ଶୁଭିଲା ଏବଂ ଚିତ୍କାର ଶୁଣିବାକୁ ମିଳିଥିଲା। ତୁରନ୍ତ ଗ୍ରାମବାସୀ ଏବଂ ଶିକ୍ଷକମାନେ ଭଗ୍ନାବଶେଷ ହଟାଇବା ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଆହତମାନଙ୍କୁ ବ୍ୟକ୍ତିଗତ ଗାଡ଼ିରେ ମନୋହରଥାନାର ସିଏଚ୍ସି ହସ୍ପିଟାଲକୁ ନେଇଥିଲେ।
ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ଜେସିବି ମେସିନ ସାହାଯ୍ୟରେ ଭଗ୍ନାବଶେଷ ହଟାଇବା କାମ ଦ୍ରୁତ ଗତିରେ କରାଯାଉଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଅନେକ ପିଲାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଆହତ ଛାତ୍ରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ଅଧିକ ପଢ଼ନ୍ତୁ: ହମାସ ସ୍ୱାର୍ଥପର ଭାବରେ କାର୍ଯ୍ୟ କରିଛି