ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :
ମୟୁରଭଞ୍ଜ ଜିଲ୍ଲାରେ ଲଜ୍ଜା । ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଆଜି ମକର ପର୍ବ ପାଳନ ସମୟରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି । ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଷ୍କର୍ମ ଅଭିଯୁକ୍ତ ଦୁଇଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ।
ସୂଚନା ଅନୁସାରେ, ମକର କୁମା ଜାଳିବାକୁ ଯୋଗଦେବାକୁ ଥିବାବେଳେ ଜଣେ ଯୁବତୀଙ୍କୁ ଦୁଇ ପଡୋଶୀ ନଦୀ କୂଳରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରକୁ ଫେରିବା ପରେ ପୀଡିତା ନିଜ ବଡ଼ ଭଉଣୀକୁ ପୁରା ଘଟଣା ବିଷୟରେ ଜଣାଇଲେ । ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି । ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ବୁଧୁରାମ ସିଂଙ୍କ ପୁଅ ସାନୁ ସିଂ ବୋଲି ଜଣାପଡିଛି ।