ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ଘଟଣା, ଆଜି ଆଉ ୪ ଟ୍ରେନ୍ ବାତିଲ୍‌
Khabar Odisha:Freight-train-derailed-4-more-trains-canceled-today
ଭୁବନେଶ୍ୱର, ସେପ୍ଟେମ୍ବର ୧୫(ଖବର ଓଡିଶା):

ସୋମବାର ବିଳମ୍ବିତ ରାତିରେ ତାଳଚେରରୋଡ୍ ଠାରେ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଲଗାଣ ବର୍ଷା ଯୋଗୁଣ ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏଥିରେ କାହାର ମୃତ୍ୟୁ ହୋଇନାହିଁ । 

ମାତ୍ର ମାଲବାହୀ ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ଆଉ ୪ଟି ଟ୍ରେନକି ବାତିଲ କରାଯାଇଥିବା ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି । 

ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟିକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି । ଏନେଇ ପୂର୍ବତନ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି । ପୁରୀ-ବିକାନିର ସ୍ପେଶାଲ ରୁଟ୍ ପରିବର୍ତ୍ତନ କରି ଜଖପୁରା-ଚକ୍ରଧରପୁର ହୋଇ ଚଳାଚଳ କରିବ । ରାଉରକେଲା-ପୁରୀ ସ୍ପେଶାଲକୁ ଆଂଶିକ ବାତିଲ କରାଯାଇଛି । ଯାହା ରାଉରକେଲା-ସମ୍ବଲପୁର ମଧ୍ୟ ଚାଲିବ । 

  • Tags:

Subscribe

National International State Sports Entertainment