ଅମ୍ବିକାପୁର: ଛତିଶଗଡ଼ର ଅମ୍ବିକାପୁର-ବିଳାସପୁର ମୁଖ୍ୟ ରାସ୍ତାର ୧୩୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକମାନେ ରାୟପୁରରୁ ପର୍ଯ୍ୟଟନସ୍ଥଳ ମୈନପାଟ ଅଭିମୁଖେ ଯାଉଥିବା ବେଳେ ଦ୍ରୁତବେଗରେ ଏହି ଦୁର୍ଘଟଣା ଘଟିଥିଲା।
୧୩୦ ନମ୍ବର ଜାତୀୟ ରାଜପଥରେ ସରଗୁଜା ଜିଲ୍ଲାର ଗୁମଖା ଗ୍ରାମ ନିକଟରେ ଥିବା ଆଦାନୀ ଗେଷ୍ଟ ହାଉସ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଆରୋହୀମାନେ ଟ୍ରକ୍ ଭିତରକୁ ପଶିଯାଇଥିଲେ। କାରରେ ସମୁଦାୟ ୫ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ସଙ୍ଗେସଙ୍ଗେ ତାଙ୍କୁ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଥାନା ଅଧିକାରୀ କୁମାରୀ ଚନ୍ଦ୍ରାକର ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। କାର୍ ଟି ଏତେ କ୍ଷତିଗ୍ରସ୍ତ ହୋଇଛି ଯେ ମୃତଦେହ ବାହାର କରିବା ପାଇଁ କଟର ବ୍ୟବହାର କରିବାକୁ ପଡ଼ିଥିଲା। ସ୍କୋଡା କାର୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ମୃତକମାନେ ରାୟପୁରର ଚାଙ୍ଗୋରା ଭାଟାର ବାସିନ୍ଦା। କାର୍ରେ ଥିବା ଯୁବକମାନେ ହେଲେ ଦିନେଶ ସାହୁ, ସଞ୍ଜୀବ ଓ ରାହୁଲ। ଦୁଇ ଜଣଙ୍କ ନାମ ଜଣାପଡ଼ିନାହିଁ। ଜଣେ ଆହତଙ୍କୁ ସିଏଚ୍ସି ଉଦୟପୁରରୁ ଅମ୍ବିକାପୁର ପଠାଯାଇଛି।
ଅଧିକ ପଢ଼ନ୍ତୁ: ଟିପୁ ସୁଲତାନଙ୍କ ଶାସନର ପ୍ରତିକୂଳ ପ୍ରଭାବ ପଡ଼ିଥିଲା