ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
Khabar Odisha:Former-Prime-Minister-Manmohan-Singh-has-been-admitted-to-the-Delhi-AIIMS
ନୂଆଦିଲ୍ଲୀ, ଅକ୍ଟୋବର ୧୩(ଖବର ଓଡିଶା):

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ହଠାତ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ଜଣାପଡିଛି । ଦିଲ୍ଲୀ ଏମ୍ସର କାଡିଓ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି । ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଛି । 

ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲରେ ମନମୋହନ ସିଂ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାର୍ଚ୍ଚ ୪ ଏବଂ ଏପ୍ରିଲ ୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟିକା ନେଇଥିଲେ । ଗତ ବର୍ଷ ମଧ୍ୟ ସେ ଜ୍ୱରରେ ପୀଡିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ପେରିଥିଲେ । 

୨୦୦୯ ମସିହାରେ ଏମ୍ସରେ ତାଙ୍କର ହାର୍ଟ ବାଇପାସ୍ ସର୍ଜରୀ କରାଯାଇଥିଲା । ମନମୋହନ ସିଂ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି ।

  • Tags:

Subscribe

National International State Sports Entertainment