ମୁମ୍ବାଇ: ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ନବନୀତ ରାଣା ସୋମବାର ଦାବି କରିଛନ୍ତି ଯେ ତାଙ୍କୁ ପାକିସ୍ତାନରୁ ଏକ ଫୋନ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି। ରାଣା ଏନେଇ ଖାର ପୋଲିସରେ ଅଭିଯୋଗ କରି କହିଛନ୍ତି ଯେ ରବିବାର ତାଙ୍କୁ ଅନେକ ପାକିସ୍ତାନୀ ନମ୍ବରରୁ କଲ୍ ଆସିଥିଲା। ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା।
ଜଣେ ଅଧିକାରୀ କହିଛନ୍ତି, ଅଣ-କଗ୍ନିଜେବଲ୍ ଅଭିଯୋଗରେ ପୋଲିସ କୋର୍ଟଙ୍କ ନିର୍ଦ୍ଦେଶ ବିନା ତଦନ୍ତ ଆରମ୍ଭ କରିପାରିବ ନାହିଁ। ପାକିସ୍ତାନ ଏବଂ ଭାରତ ମଧ୍ୟରେ ୩ ଦିନିଆ ସଂଘର୍ଷ ଉପରେ ନବନୀତ ରାଣାଙ୍କ ପ୍ରତିକ୍ରିୟା ଭାଇରାଲ ହେଉଥିଲା। ‘ଅପରେସନ ସିନ୍ଦୂର’ ପରେ ନବନୀତ ରାଣା ପାକିସ୍ତାନକୁ ଉଚିତ ଜବାବ ଦେଇଥିଲେ।
ସୂଚନାଯୋଗ୍ୟ, ନବନୀତ ରାଣା ପ୍ରଥମ ଥର ପାଇଁ ୨୦୧୯ରେ ଅମରାବତୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ ସେହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ବଲୱନ୍ତ ୱାଙ୍ଖଡେଙ୍କ ଠାରୁ ପରାସ୍ତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଭାରତ ଉପରେ ୧୫ ଲକ୍ଷ ସାଇବର ଆକ୍ରମଣ