ଭୁବନେଶ୍ବର: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ସ୍ଥଳକୁ ଯାଉଥିବା ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରୀ ଭିତରକୁ ଗାଡ଼ିଟି ପଶିଯିବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାମ ସାହୁ (୨୫), ଅବିନାଶ ସାହୁ (୨୬), ରାକେଶ କୁମାର ସାହୁ (୨୫), ଚନ୍ଦ୍ରକାନ୍ତ ସ୍ବାଇଁ (୨୭) ଏବଂ ଅନ୍ୟ ଜଣେ।
ସୂଚନା ଅନୁସାରେ ବାଙ୍ଗୁରସିଂହ ଗ୍ରାମର ସନ୍ତୋଷ କୁମାର ସାହୁଙ୍କର ପୁଅ ଅଭିଷେକଙ୍କର ଢେ଼ଙ୍କାନାଳ ସଦର ଥାନା ଅଧୀନ ଇନ୍ଦୁପୁର ଗ୍ରାମର ରୋହିତ କୁମାର ପୃଷ୍ଟିଙ୍କ ଝିଅଙ୍କ ସହିତ ବିବାହ ହୋଇଛି। ଏହା ପୂର୍ବରୁ ବରଯାତ୍ରୀରେ ସାମିଲ ଥିବା ବାଙ୍ଗୁରସିଂହ ଗ୍ରାମର ଏକ କାର ଦୁର୍ଘଟଣାର ସମ୍ନା କରିଛି। ଏହି କାର୍ଟି ଚାଇଁପୁରରୁ ଦୁଇ ଜଣ ବରଯାତ୍ରୀଙ୍କୁ ନେଇ ଇନ୍ଦିପୁର ଯାଉଥିଲା ବେଳେ ବାଟରେ ଦୁର୍ଘଟଣାର ସାମ୍ନା କରିଥିଲା। ପୋଖରୀ ଭିତରେ ପଶିଯିବା ଫଳରେ ୫ଜଣଙ୍କର ଯୁବକ ଚିତ୍କାର କରୁଥିଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଖରେ କେହି ନଥିଲେ। ବର୍ଷା ରାତି ହୋଇଥିବା ଦୁର୍ଘଟଣାରେ ଜୀବନ ସହିତ ସଂଘର୍ଷ କରି ଯୁବକମାନେ ଆଖି ବୁଜିଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ନିମନ୍ତେ ଢେ଼ଙ୍କାନାଳ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି। ବାଙ୍ଗୁରସିଂହ ଗ୍ରାମ ସହିତ ଇନ୍ଦିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ବାହାନାରେ ସକ୍ରିୟ ମହାବିକାଶ ଅଘାଡ଼ି, ଉଦ୍ଧବଙ୍କୁ ମିଳିଲା ବଳ