ଅମୃତସର: ପଂଜାବର ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଶନିବାର ସକାଳେ ନିଆଁ ଲାଗିଯାଇଛି। ନିଆଁ ଲାଗିଲା ଫଳରେ ତିନୋଟି ସାଧାରଣ କୋଚ୍ କ୍ଷତିଗ୍ରସ୍ତ ହୋଇଛି। ଗରିବ ରଥ ଏକ୍ସପ୍ରେସ ସିରହିନ୍ଦ ରେଳ ଷ୍ଟେସନରୁ ଅମ୍ବାଲା ଅଭିମୁଖେ ଅଧା କିଲୋମିଟର ଦୂରରେ ଥିବା ସମୟରେ ଏହି ଘଟଣା ଘଟିଥିଲା।
ଗୋଟିଏ କୋଚ୍ରୁ ଧୂଆଁ ବାହାରୁଥିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା। ନିଆଁ ଅନ୍ୟ ତିନୋଟି କୋଚ୍ କୁ ବ୍ୟାପିଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। କୌଣସି ଆହତଙ୍କ ରିପୋର୍ଟ ନାହିଁ।
ସିରହିନ୍ଦ ଜିଆରପି ଏସଏଚଓ ରତନ ଲାଲ କହିଛନ୍ତି ଯେ ଗୋଟିଏ କୋଚ୍ରୁ ଧୂଆଁ ବାହାରୁଥିବା ଦେଖିବା ମାତ୍ରେ ଟ୍ରେନକୁ ବନ୍ଦ କରିଦିଆଯାଇଥିଲା ଏବଂ କୌଣସି ମୃତାହତ ହୋଇଥିବାର ସୂଚନା ନାହିଁ। ଯାତ୍ରୀମାନଙ୍କୁ ସମୟ ମଧ୍ୟରେ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିକାଣ୍ଡରେ ତିନୋଟି କୋଚ୍ କ୍ଷତିଗ୍ରସ୍ତ ହୋଇଛି। ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ନିର୍ଣ୍ଣୟ କରାଯିବ।
ଘଟଣା ସମ୍ପର୍କରେ ରେଳ ମନ୍ତ୍ରଣାଳୟ କହିଛି ଯେ ଆଜି ସକାଳେ ପଞ୍ଜାବର ସିରହିନ୍ଦ ଷ୍ଟେସନରେ ୧୨୨୦୪ ଅମୃତସର-ସହରସା ଟ୍ରେନର ଏକ କୋଚ୍ ରେ ନିଆଁ ଲାଗିଯାଇଥିଲା। ଘଟଣାରେ କୌଣସି ଆହତଙ୍କ ରିପୋର୍ଟ ନାହିଁ। ନିଆଁ ଲିଭାଇ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ମୋଜାମ୍ବିକରେ ଦୁର୍ଘଟଣା: ଡଙ୍ଗା ବୁଡ଼ି ତିନି ଭାରତୀୟଙ୍କ ମୃତ୍ୟୁ