ଜର୍ମାନ ଓ ସ୍ୱିଜରଲାଣ୍ଡ ଢାଞ୍ଚାରେ କଟକରେ ତିଆରି ହେଲା ଫାଇବର ଘର, କିଣିବା ପାଇଁ ବଢୁଛି ଲୋକଙ୍କ ଆଗ୍ରହ
Khabar Odisha:Fiber-houses-built-in-Cuttack-in-the-framework-of-Germany-and-Switzerland

କଟକ, ଅକ୍ଟୋବର ୧୭(ଖବର ଓଡ଼ିଶା): ପୂର୍ବରୁ ଆପଣ ଜର୍ମାନ ଓ ସ୍ୱିଜରଲାଣ୍ଡ ଭଳି ଦେଶରେ ଉନ୍ନତ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଫାଇବର ଘର ମାନ ଦେଖିଥିବେ, ମାତ୍ର ଏବେ ଆମ ଓଡ଼ିଶାରେ ତଥା କଟକରେ ମଧ୍ୟ ସମାନ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରେ ତିଆରି ହୋଇଛି ଫାଇବର ଘର ।

ସୂଚନା ଅନୂସାରେ କଟକରେ ସ୍ୱସ୍ତି ପଟ୍ଟନାୟକ ନାମକ ଜଣେ ଯୁବତୀ କଟକରେ ଫାଇବରରେ ୬ଟି ଘର ତିଆରି କରିଛନ୍ତି । ମାତ୍ର ୪ ମାସର ସମୟ ମଧ୍ୟରେ ଏହି ଘର ଗୁଡିକୁ ତିଆରି କରାଯାଇଥିବା ବେଳେ ଗୋଟିଏ ପରିବାର ରହିବା ଭଳି ଏହି ଘର ଗୁଡିକରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ବାଲି ସିମେଣ୍ଟ ଘର ଭଳି ଏହି ଫାଇବର ଘର ଗୁଡିକରେ ସବୁ ସମାନ ସୁବିଧା ରହିଛି ବୋଲି ସ୍ୱସ୍ତି କୁହନ୍ତି । ଏହି ଫାଇବର ଘରର ସୁବଠାରୁ ବଡ଼ ବିଷେଶ୍ୱତ ହେଉଛି ଏଥିରେ ଭୂମିକମ୍ପ ଓ ବାତ୍ୟା ଭଳି ବିପର୍ଯ୍ୟୟକୁ ପ୍ରତିରୋଧ କରିବାର କ୍ଷମତା ରହିଛି ।

ତେବେ କଟକରେ ଏଭଳି ଏଭ ଭିନ୍ନ ଘର ଦେଖିବାକୁ ଏବେ ଲୋକଙ୍କ ଭିଡ ଯମୁଥିବାର ଦେଖିବାକୁ ମିଳିଥିବା ବେଳେ ଏହି ଘର କିଣିବା ପାଇଁ କଟକ ବାସୀଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି ।

  • Tags:

Subscribe

National International State Sports Entertainment