ଘସିପୁରା, ଜୁଲାଇ ୯ (ଖବର ଓଡିଶା);
ବଜ୍ରପାତରେ ଚାଷୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଧକୋଠା ଗାଁ ରେ । ମୃତ ଚାଷୀ ଜଣକ ହେଉଛନ୍ତି କାଠିଆ ପାତ୍ର । ସୂଚନା ଅନୁସାରେ, କାଠିଆ ଆଜି ବିଲରେ କାମ କରିବାକୁ ଯାଇଥିଲେ ହେଲେ ସେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ହେଲେ ଶେଷରେ ଜମିରେ କାଠିଆ କାମ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା । ଖବର ପାଇ ଘସିପୁରା ଥାନା ପୋଲିସ୍ ଘଟଣାସ୍ଥଳରେ ପଂହଚି ଶବ ବ୍ୟବଛେଦ ପାଇଁ ପଠାଇଛି ।