ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା,ପ୍ରେସ୍ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ ଭୁବନେଶ୍ୱର, ନଭେମ୍ବର 21(ଖବର ଓଡ଼ିଶା) Share story: ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା । ଏହା ସହିତ ପ୍ରେସ୍ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ ।ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏପିରିକି ପ୍ରତି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ଷ୍ଟାପ୍ଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏବେ ଏହି ସବୁ କଟକଣାକୁ ହଟଯାଇଛି । ସେପଟେ ଚଳିତ ବର୍ଷ ବିଧାନସଭାକୁ ସୁରୁଖୁରରେ ଚଳାଇବା ନେଇ ସର୍ବଦଳୀୟ ବୈଠକ ବସିଛି । ଖବର ଓଡ଼ିଶା, Reporter, 21/11/2022